ସିଗନାଲ ମାନିଲାନି କରମଣ୍ଡଳ! ଅପ୍ ଲାଇନରେ ପଶିଆସିବାରୁ ଯଶୱନ୍ତପୁର- ହାୱଡା ଏକ୍ସପ୍ରେସ ସହ ଧକ୍କା ହୋଇ ଘଟିଲା ଭୟାନକ ଦୁର୍ଘଟଣା: ରେଲୱେର ପ୍ରାଥମିକ ତଦନ୍ତ ସୂଚନା

15,898

କନକ ବ୍ୟୁରୋ: ସିଗନାଲ ମାନିଲାନି କରମଣ୍ଡଳ ଏକ୍ସପ୍ରେସ୍ । ମେନ୍ ଲାଇନରେ ଆସିବାକୁ କରମଣ୍ଡଳକୁ ସିଗନାଲ ଥିଲା । ହେଲେ ଅପ୍ ଲାଇନକୁ ପଶିଆସିଥିଲା କରମଣ୍ଡଳ । ଫଳରେ ମାଲବାହୀ ଟ୍ରେନରେ ପିଟିହେଲା । ଏହାରି ଭିତରେ ଯଶୱନ୍ତପୁର- ହାଓଡା ଏକ୍ସପ୍ରେସ୍ ଆସିଥିଲା ଏବଂ ଲାଇନଚ୍ୟୁତ କରମଣ୍ଡଳ ସହ ମାଡ ହୋଇଥିଲା । ଫଳରେ ଏକ୍ସପ୍ରେସର ୨ କୋଚ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।ଏଥିରେ ୨୬୧ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୬୦୦ରୁ ଅଧିକ ଯତ୍ରୀ ଆହତ ହୋଇଥିବା ରେଲୱେର ପ୍ରଥମିକ ତଦନ୍ତରୁ ଜଣାପଡିଛି ।