ପୁଣି ଥରେ ବିବାହ କରିପାରନ୍ତି କରିସ୍ମା କପୁର !
ବଲିଉଡ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର । ପୁଣି ଥରେ ଚର୍ଚ୍ଚାରେ ଏହି ଅଭିନେତ୍ରୀ । ପ୍ରସିଦ୍ଧ କପୁର ପରିବାରର ଝିଅ କରିସ୍ମା । ଅନେକ ହିଟ୍ ଫିଲ୍ମର ଅଭିନେତ୍ରୀ । ବର୍ତ୍ତମାନ ନିଜର ବିବାହକୁ ନେଇ ଚର୍ଚ୍ଚାରେ ପୁଣି କରିସ୍ମା।
Kanak News is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକଙ୍କ କହିବା ଅନୁଯାୟୀ ,ପୁଣି ଥରେ କରିସ୍ମା କପୁର ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ବ୍ୟବସାୟୀ ପୁରୁଷବନ୍ଧୁ ସନ୍ଦୀପ ତୋଷନିୱାଲଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଛାଡପତ୍ର ହୋଇଯାଇଛି । ଏଥିପାଇଁ ସନ୍ଦୀପ ୭ ବର୍ଷ ହେଲା ଆଇନର ଲଢେଇ ଲଢୁଥିଲେ । ଏବେ ସନ୍ଦୀପ ପତ୍ନୀ ଡାକ୍ତର ଆଶ୍ରିତାଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ସେଥିପାଇଁ ଆଉଥରେ କରିସ୍ମାଙ୍କର ଶୁଭ ସାହାନାଇ ବାଜିବାର ଶୁଣିବାକୁ ମିଳିଛି । ଆଉ ଏହି ସନ୍ଦୀପଙ୍କ ହାତ ଧରିବାକୁ ଯାଉଛନ୍ତି ବୋଲି କୁହାଯାଉଛି ।
ସନ୍ଦିିପ ତାଙ୍କର ୧୪ ବର୍ଷ ବିବାହ ଜୀବନ ଶେଷ କରିଛନ୍ତି । ସନ୍ଦୀପ ତାଙ୍କର ଦୁଇ ଝିଅର ପାଳନପୋଷଣ ପାଇଁ ୩-୩ କୋଟି ଟଙ୍କା ଲେଖାଏଁ ଦେବେ । ସ୍ତ୍ରୀ ଆଶ୍ରିତାଙ୍କୁ ୨କୋଟି ଟଙ୍କା ଦେବେ । ଏହା ସହ ଦିଲ୍ଲୀରେ ଥିବା ସନ୍ଦୀପଙ୍କର ଘର ପତ୍ନୀ ଆଶ୍ରିତାଙ୍କ ନାଁରେ ହେବ । ସେ ଏବେ ଏଠାରେ ରହୁନାହାଁନ୍ତି । ଦୁଇ ଝିଅଙ୍କର ଦାୟିତ୍ୱ ମାଁ ଆଶ୍ରିତା ନେବେ ।କରିସ୍ମା ଗତ ୩ ବର୍ଷ ହେଲା ସନ୍ଦୀପ ସହ ରିଲେସନରେ ଅଛନ୍ତି । ଆଉ ମଧ୍ୟ ଅନେକ ଇଭେଂଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । କରିସ୍ମା ଗତ ବର୍ଷ ନିଜର ପତି ସଂଜୟ କପୁରଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି ।