ଆଜି କାରର୍ଗିଲ ବିଜୟ ଦିବସ ! ୧୮ବର୍ଷ ପୁରଣ ଅବସରରେ ସାରା ଦେଶରେ ସହିଦଙ୍କୁ ଶ୍ରଦ୍ଧାଂଜଳି

72

କନକ ବ୍ୟୁରୋ: ଆଜି କାରର୍ଗିଲ ବିଜୟ ଦିବସ । ୧୯୯୯ ମସିହା ଜୁଲାଇ ଆଜିର ଦିନରେ ଭାରତ ଅପରେସନ ବିଜୟ ସଫଳ ହୋଇଥିବା ଓ ପାକିସ୍ତାନୀ ଅନୁପ୍ରବେଶକାରୀମାନେ କବଜା କରିଥିବା ସମସ୍ତ ଘାଟି ହରାଇଥିଲେ ।

କାରର୍ଗିଲ ବିଜୟ ଦିବସର ୧୮ ବର୍ଷ ପୁରଣ ଅବସରରେ କଶ୍ମୀରର ଦ୍ରାସ ଠାରେ ଦୀପ ପ୍ରଜ୍ୱଳନ କରି ବିଜୟ ଉତ୍ସବ ପାଳନ କରିଛନ୍ତି ଭାରତୀୟ ଯବାନ । ଏଥିରେ ଯବାନମାନଙ୍କ ପରିବାର ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଅପରେସନ ବିଜୟ ଦିବସ ଅବସରରେ ଦ୍ରାସ ଠାରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଏଥିରେ ସହିଦଙ୍କ ପରିବାରଲୋକେ ସାମିଲ ହୋଇଥିବା ବେଳେ ଯବାନଙ୍କ ବୀର ଗାଥାର ଫଟୋ ପ୍ରଦର୍ଶନ ମଧ୍ୟ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.