ଜମ୍ମୁ-କାଶ୍ମୀର କାରଗିଲରେ ଥିବା ସରକାରୀ ଅଧିକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ସୂତ୍ରନୁସାରେ , କାରଗିଲରେ ମଧ୍ୟ ପାକିସ୍ତାନ ଭଳି ସୀମାରେ ଅଧିକ ଚାପ ପଡିପାରେ । ଏହି ଆଡଭାଇଜରୀରେ ଯବାନ ଏବଂ ଅଧିକାରୀଙ୍କୁ ଅଫିସ୍ ନ ଛାଡିବା ପାଇଁ ଆଦେଶ ଦିଆଯାଇଛି । ଏହାଛଡା ଫୋନ୍ କୁ ବନ୍ଦ ନକରିବା ପାଇଁ ମଧ୍ୟ କୁହାଯାଇଛି । ଏହାପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଆଡଭାଇଜରୀ ଜାରି କରାଯାଇ ଅମରନାଥ ଯାତ୍ରାକୁ ରୋକାଯାଇଥିଲା । ଆତଙ୍କବାଦୀ ଆକ୍ରମଣକୁ ନେଇ ବିପଦ ଥିବାରୁ ଅମରନାଥ ଯାତ୍ରାକୁ ଶୁକ୍ରବାର ରୋକି ଦିଆଯାଇଥିଲା । ଆଡଭାଇଜରୀ ଜାରି ହେବା ପରେ ଅମରନାଥ ତୀର୍ଥଯାତ୍ରୀଙ୍କୁ ତତକ୍ଷଣାତ୍ ଉକ୍ତ ସ୍ଥାନରୁ ଫେରିଯିବାକୁ କୁହାଯାଇଥିଲା ।

Advertisment

publive-image

ଜମ୍ମୁ-କାଶ୍ମୀର ଗୃହ ବିଭାଗ ଏହି ଆଡଭାଇଜରୀ ଜାରି କରିଥିଲା । ତୀର୍ଥଯାତ୍ରୀଙ୍କୁ ଆକ୍ରମଣ କରିବା ପାଇଁ ପାକିସ୍ତାନ ସମର୍ଥୀତ ଆତଙ୍କବାଦୀଙ୍କ ଦ୍ୱାରା ଚେଷ୍ଟା କରାଯାଉଥିବା କଥା କୁହାଯାଇଥିଲା । ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇଥିଲା ଯାହା ଅଗଷ୍ଟ ୧୫ ତାରିଖରେ ସମାପ୍ତ ହେବ । ଇଣ୍ଟେଲିଜେନ୍ସ ଇନପୁଟ୍ କୁ ଆଖିଆଗରେ ରଖି ପ୍ରଥମେ କାଶ୍ମୀରକୁ ହଜାରେ ସଂଖ୍ୟାରେ ଅର୍ଦ୍ଧସୈନ୍ୟବଳଙ୍କୁ ପଠାଯାଇଥିଲା । ଏହାର ଦିନକ ପୂର୍ବରୁ ଇଣ୍ଟେଲିଜେନ୍ସ ଇନପୁଟ୍ ଯାତ୍ରାକୁ ଆତଙ୍କବାଦୀଙ୍କ ନଜର ରହିଛି ବୋଲି ସୂଚନା ଦେଇଥିଲେ ।