କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କରିନା କପୁର କରୋନା ସଂକ୍ରମିତ ଜଣାପଡିବା ପରେ ବିଏମସି ତାଙ୍କ ଘରକୁ ସିଲ କରିଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଯଦିଓ ଏଯାଏଁ କରୀନାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ କିନ୍ତୁ ସେ କାହାକାହା ସହ ସମ୍ପର୍କରେ ଆସିଛନ୍ତି ତାହାର ରେକର୍ଡ ଟ୍ରାକ କରିବାରେ ଲାଗି ପଡିଛି ବିଏମସି । ଅନ୍ୟପଟେ ତାଙ୍କ ପରିବାର ଓ ସମସ୍ତ କର୍ମଚାରୀ କରୋନାର ଦୁଇଟି ଯାକ ଡୋଜ୍ ନେଇଥିବା ପ୍ରକାଶ କରିଛନ୍ତି କରିନା କପୁର । ଏ ବାବଦରେ ନିଜ ଇନଷ୍ଟାଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଛନ୍ତି , ଯେଉଁଥିରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଟେଷ୍ଟିଙ୍ଗ କରେଇନେବାକୁ ଅନୁରୋଧ କରିଛନ୍ତି କରୋନା ।

Advertisment

କରୀନାଙ୍କ ସମ୍ବନ୍ଧରେ ବିଏମସି କହିଛି, କରୀନାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ଯାଞ୍ଚ କରାଯାଇଛି। ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି। ତେବେ ବିଏମସି ଏପର୍ୟ୍ୟନ୍ତ କରୀନାଙ୍କ ବିରୋଧରେ କରୋନା ନିୟମକୁ ନେଇ କୌଣସି ପ୍ରକାରର ଅଭିଯୋଗ କରିନାହିଁ।

କରିନା ଓ ଅଭିନେତ୍ରୀ ଅମୃତା ଦୁହେଁ ଘନିଷ୍ଠ ବନ୍ଧୁ । ଦୁହେଁ ନିକଟରେ ପ୍ରଯୋଜକ କରନ ଜୋହରଙ୍କ ଏକ ପାର୍ଟିରେ ଏକାଠି ନଜର ଆସିଥିଲେ । ଏହାପରେ ଦୁହିଁଙ୍କୁ କରୋନା ହୋଇଥିବା ଜଣାପଡିଛି । ଯେଉଁ କାରଣରୁ ଦୁଇ ଅଭିନେତ୍ରୀ ସୁପର୍ ସ୍ପ୍ରେଡର୍ ହେବାର ସମ୍ଭାବନା ରହିଛି। ହେଲେ ଏପର୍ୟ୍ୟନ୍ତ ଦୁହିଁଙ୍କ ତରଫରୁ ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।