କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଦୁଇ ସନ୍ତାନଙ୍କ ପରେ ବି ସେ ଯୋଗ ଓ ବ୍ୟାୟମ କରି ନିଜକୁ ସବୁବେଳେ ଫିଟ ରଖିବାରେ ମାହିର । ନିଜ ୱାର୍କଆଉଟର ଭିଡିଓ ମଧ୍ୟ ସେ ଅଧିକାଂଶ ସମୟରେ ସେୟାର କରନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଫଲୋ କରିବାକୁ ଭଲ ପାଆନ୍ତି । ନିକଟରେ କରିନା ନିଜର ଏପରି ଏକ ଭିଡିଓ ଜାରି କରିଛନ୍ତି ଯାହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ । କିଛି ଏହାକୁ ପ୍ରଶଂସା କରିଥିବାବେଳେ ଅନେକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସକାଳୁ ଉଠି ୧୦୮ ଥର ସୂର୍ଯ୍ୟ ନମସ୍କାର କରୁଥିବାର ଏକ ଭିଡିଓ କରିନା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ସାଇଟରେ ପୋଷ୍ଟ କରିଥିଲେ । କିଛି ୟୁଜର୍ସଙ୍କୁ ତାଙ୍କ ସୂର୍ଯ୍ୟ ନମସ୍କାର ପସନ୍ଦ ଆସିନଥିଲା । ଧର୍ମ ନାଁରେ କରିନାଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ । ଯୋଗ କରିବା ଇସଲାମ ଧର୍ମରେ ଏକ ଅପରାଧ । ଯଦି ଯୋଗ କରୁଛନ୍ତି ଏହାକୁ ପୋଷ୍ଟ କରନ୍ତୁନାହିଁ । ଯଦି କୌଣସି ମୌଲବୀଙ୍କ ନଜରରେ ପଡେ ତେବେ ତାଙ୍କ ବିରୋଧରେ ଫତୁଆ ଜାରି ହୋଇପାରେ ବୋଲି କିଛି ପ୍ରଶଂସକ ଲେଖିଛନ୍ତି ।