କରୋନା କଟକଣା ଭିତରେ ଆସିଲା ଜୀବନ ସଂଘର୍ଷର ଚିତ୍ର: ଉଜୁୁଡିଗଲାଣି ସ୍ୱପ୍ନ, ରାଉରକେଲାରେ ପେଶାକୁ ଛାଡି ରାସ୍ତା କଡରେ ପରିବା ବିକୁଛନ୍ତି ସଫଳ କ୍ରୀଡାବିତ୍

ପରିବାର ଚଳାଇବା ପାଇଁ ଧରିଛନ୍ତି ନିକିତି

334

କନକ ବ୍ୟୁରୋ: ସମାଜର ବିଭିନ୍ନ ବର୍ଗରେ ଦେଖିବାକୁ ମିଳୁଛି କରୋନା ମାଡ । ଏବେ କରୋନା ଜଣେ ସଫଳ କ୍ରୀଡାବିତଙ୍କୁ ସଜେଇ ଦେଇଛି ପରିବା ବିକାଳିରେ । ପେଟ ପୋଷିବାକୁ ଏବେ ରାସ୍ତାକଡରେ ପରିବା ବିକ୍ରି କରୁଛନ୍ତି ରାଉରକେଲାର ସିଲନ୍ତି ଗୁଡିଆ । ସିଲନ୍ତି କରାଟେରେ ବ୍ଲାକବେଲ୍ଟ ହାସଲ କରିଛନ୍ତି । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଅନେକ ସୁନାମ ବି ଆଣିଛନ୍ତି ।

ସରକାରୀ କିଂବା ବେସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ନମିଳିବାରୁ କରାଟେ ପ୍ରଶିକ୍ଷଣ ଦେଇ ପରିବାର ଚଳାଉଥିଲେ । ଏବେ କରୋନା ପାଇଁ ସବୁ କିଛି ହୋଇଯାଇଛି ଓଲଟପାଲଟ । ବନ୍ଦ ରହିଛି ପ୍ରଶିକ୍ଷଣ । ସେଦିନର ସଫଳ କ୍ରୀଡାବିତ୍ ସିଲନ୍ତି ଆଜି ପରିବାର ଚଳାଇବାକୁ ରାସ୍ତା କଡରେ ପରିବା ବିକ୍ରି କରୁଛନ୍ତି ।