କି ସନ୍ଦେଶ ଦେଉଛି କର୍ଣ୍ଣାଟକ ରେଜଲ୍ଟ? ୨୦୨୪ ନିର୍ବାଚନରେ କ’ଣ ପଡିବ ପ୍ରଭାବ?

493

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ହାରିବା ପରେ ଏବେ ଚର୍ଚ୍ଚା ୨୦୨୪ ନିର୍ବାଚନ ଉପରେ ଏହାର ପ୍ରଭାବ କଣ ପଡିବ? କୁହାଯାଉଛି, ଏହି ପରାଜୟ ପରେ ବିଜେପିର ମିଶନ ସାଉଥ୍ ଉପରେ ଶକ୍ତ ଧକ୍କା ଲାଗିଛି । କଂଗ୍ରେସକୁ ନୂଆ ଜୋସ୍ ମିଳିଛି । ତେବେ ଏହାପରେ ବିରୋଧୀ ଏକଜୁଟ ୍ହେବା ସହ ଜାତୀୟ ରାଜନୀତିରେ କଂଗ୍ରେସର ଦବଦବା ବଢ଼ିବ ବୋଲି ଚର୍ଚ୍ଚା ହେଉଛି ।

  • କି ସନ୍ଦେଶ ଦେଉଛି କର୍ଣ୍ଣାଟକ ରେଜଲ୍ଟ?
  • ୨୦୨୪ ନିର୍ବାଚନରେ କ’ଣ ପଡିବ ପ୍ରଭାବ?

ଦକ୍ଷିଣର ଅନ୍ୟତମ ବଡ ରାଜ୍ୟ କର୍ଣ୍ଣାଟକ ବିଜେପି ହାତରୁ ଯାଇଛି । ପୁଡୁଚେରୀକୁ ଭଳି ଛୋଟ କେନ୍ଦ୍ରଶାସିତ ଅଞ୍ଚଳକୁ ଛାଡିଦେଲେ ଦକ୍ଷିଣରେ ବିଜେପି ପୋଛି ହୋଇଯାଇଛି । ଦକ୍ଷିଣର ଦ୍ୱାର କୁହାଯାଉଥିବା କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ଓ ବିଜେପି ପାଇଁ ନୋ ଏଣ୍ଟ୍ରି ୨୦୨୪ ନିର୍ବାଚନରେ ବଡ ପ୍ରଭାବ ପକାଇବା ସମ୍ଭାବନା ରହିଛି । ତେବେ କର୍ଣ୍ଣାଟକ ଜରିଆରେ ଦକ୍ଷିଣରେ ବିଜେପି ନିଜ ସଙ୍ଗଠନକୁ ସଂପ୍ରସାରିତ କରିବାକୁ ଚାହୁଁଥିଲା । କର୍ଣ୍ଣାଟକ ପରେ ଟାର୍ଗେଟ ଥିଲା ତେଲେଙ୍ଗାନା । କିନ୍ତୁ କର୍ଣ୍ଣାଟକ ରେଜଲ୍ଟ ବିଜେପିର ମିଶନ ସାଉଥକୁ ଶକ୍ତ ଝଟକା ଦେଇଛିା

  • ଦକ୍ଷିଣରେ ପାଞ୍ଚଟି ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ
  • ଏହି ପାଞ୍ଚଟି ରାଜ୍ୟରେ ରହିଛି ମୋଟ ୧୨୯ ଆସନ
  • ୨୦୧୯ରେ ବିଜେପି ମାତ୍ର ୨୯ ଆସନ ଜିତିଥିଲା
  • କେରଳ, ଆନ୍ଧ୍ର ଓ ତାମିଲନାଡୁରେ ବିଜେପିର ସ୍ଥିତି ଖରାପ
  • ଏବେ କର୍ଣ୍ଣାଟକ ପରାଜୟ ପରେ ବିଜେପିର ୨୦୨୪ ମିଶନକୁ ଲାଗିପାରେ ଝଟକା
  • କର୍ଣ୍ଣାଟକ ପରେ କଂଗ୍ରେସ ଓ ବିରୋଧୀଙ୍କ ମନୋବଳ ବଢିବ
  • ବିରୋଧୀଙ୍କ ଫୋକସରେ ରହିବ ଦକ୍ଷିଣ ଭାରତ
  • ହିମାଚଳ ପରେ କର୍ଣ୍ଣାଟକ ବିଜୟ କଂଗ୍ରେସକୁ ଆଗକୁ ଆଣିବ

ଏକଜୁଟ ହେବେ କି ବିରୋଧୀ? ବିରୋଧୀ ଏକତାରେ ବଢିବ କି କଂଗ୍ରେସର ଦବଦବା? କୁହାଯାଏ, ନିର୍ବାଚନ ଓ କ୍ରିକେଟରେ ବାଜି କେବେ ପଲଟିଯିବ କହିହେବ ନାହିଁ । କର୍ଣ୍ଣାଟକ ବିଜୟରୁ କଂଗ୍ରେସ ଗୋଟିଏ ଶିକ୍ଷା ପାଇଛି ଯେ, ଯଦି ଠିକ ରଣନୀତି ଓ ସ୍ଥାନୀୟ ପ୍ରସଙ୍ଗରେ ନିର୍ବାଚନ ଲଢାଯାଏ, ତାହା ହେଳେ ବିଜେପିକୁ ହରାଇବା ଅସମ୍ଭବ ନୁହେଁ ।

  • କର୍ଣ୍ଣାଟକ ବିଜୟ ପରେ ବିରୋଧୀଙ୍କ ମଧ୍ୟରେ କଂଗ୍ରେସର ଦବଦବା ବଢିବ
  • ୨୦୨୪ରେ ବିରୋଧୀ ଏକତାରେ ପ୍ରମୁଖ ଭୂମିକା ନେଇପାରେ କଂଗ୍ରେସ
  • ଲୋକସଭା ଆସନ ଭାଗବଣ୍ଟାରେ କଂଗ୍ରେସ ଲାଭବାନ ହେବ

୨୦୨୪ ପାଇଁ ସବୁଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏବେ କର୍ଣ୍ଣାଟକ ରେଜଲ୍ଟରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏହି ବିଜୟ ଫଳରେ କଂଗ୍ରେସ ଭିତରେ ନୂଆ ଜୋସ ଭରିଛି ।