କରଞ୍ଜିଆରେ ମାତିଛନ୍ତି ହାତୀପଲ । ୨୨ଟି ହାତୀର ଉତ୍ପାତରେ ଲୋକେ ଆତଙ୍କିତ, ଘଉଡାଇବା ପାଇଁ ବନବିଭାଗ କର୍ମଚାରୀ ନାକେଦମ

264

କନକ ବ୍ୟୁରୋ : କରଂଜିଆରେ ହାତୀ ଆତଙ୍କର ଚିତ୍ର ଦେଖିଲେ ଆପଣ ବି ଆତଙ୍କିତ ହୋଇଯିବେ । ଗୋଟିଏ କି ଦୁଇଟି ନୁହଁ ଏକାଠି ବୁଲୁଛନ୍ତି ୨୨ଟି ହାତୀ । ଏହା ମଧ୍ୟରେ ୪ଟି ଛୁଆ ହାତୀ ବି ଅଛନ୍ତି । ଯୁଆଡେ ଯାଉଛନ୍ତି ଏକାଠି ଦଳ ହୋଇ ପଶୁଛନ୍ତି । ମୟୂରଭଂଜ ଜିଲ୍ଲା କରଂଜିଆ ବ୍ଲକର ରସମତଳା ପଂଚାୟରର କଦମବେଡା ଗାଁ ନିକଟରେ ଏବେ ଡେରା ପକାଇଛନ୍ତି ଏହି ହାତୀ ପଲ । ଯାହାକୁ ନେଇ ଲୋକେ ଅଧିକ ଆତଙ୍କିତ ହୋଇପଡିଛନ୍ତି ।

http://www.indialegallive.com

ବନବିଭାଗ କର୍ମଚାରୀ ଓ ଗ୍ରାମବାସୀ ଏହି ଝାଡଖଣ୍ଡ ହାତୀ ପଲକୁ ଯେତେ ଘଉଡାଇଲେ ମଧ୍ୟ ଏମାନେ ଅଂଚଳ ଛାଡି ଯିବାର ନାଁ ଧରୁନାହାନ୍ତି । ଏସବୁ ମଧ୍ୟରେ ଭୟ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି କଦମବେଡା ଗ୍ରାମବାସୀ । ତେବେ ପୂର୍ବରୁ ମଧ୍ୟ ଅନେକ ଥର ଏଠାରେ ୨୨ ଜଣିଆ ହାତୀପଲ ଆତଙ୍କ ରଚାଇଥିଲୋ । ଗାଁରେ ଥିବା ଫସଲ ଖାଇବା ସହ ନଷ୍ଟ ମଧ୍ୟ କରୁଛନ୍ତି ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ ।