ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ପରେ କରଣ ଜୋହର କିଛି ଏଭଳି ଭାବେ ବ୍ୟକ୍ତ କଲେ ନିଜ ଖୁସି : କହିଲେ, ଦେଶକୁ ଅକ୍ସିଜେନ୍ ମିଳିଗଲା

50

ସମାଜରେ ଯଦିଓ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦିଆଯାଇ ନାହିଁ ମାତ୍ର ଭାରତରେ ଏବେ ଏହି ଶ୍ରେଣୀରେ ଗଣାଯାଉଥିବା ସମ୍ପର୍କକୁ ବୈଧ କରାଯାଇଛି । ଭାରତରେ ଏବେ ସମଲିଙ୍ଗୀ ଅପରାଧ ନୁହେଁ । ସୁପ୍ରିମକୋର୍ଟ ଆଇପିସି ଧାରା ୩୭୭କୁ ଅବୈଧ ବୋଲି ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟର ଏହି ନିଷ୍ପତ୍ତିକୁ ନେଇ ବଲିଉଡରେ ମଧ୍ୟ ଖୁସିର ଲହରି ଖେଳିଯାଇଛି । ନିଜ ଫିଲ୍ମରେ ଗେ’ ଭୂମିକାକୁ ପ୍ରମୁଖତା ଭାବେ ଦେଖାଉଥିବା ନିର୍ଦ୍ଦେଶକ କରଣ ଜୋହରଙ୍କ ଠାରୁ ନେଇ ବିକି କୌଶଲ, ସ୍ୱରା ଭାସ୍କର, ଆୟୁଷ୍ମାନ ଖୁରାନାଙ୍କ ପର୍ଯ୍ୟନ୍ତ ସମସ୍ତ କଳାକାର ଏହି ନିଷ୍ପତ୍ତିରେ ଖୁସି ଜାହିର କରିଛନ୍ତି ।

କରଣ ଜୋହର ଏହି ନିଷ୍ପତ୍ତି ପରେ ଏକ ଟ୍ୱିଟ ଜରିଆରେ ଲେଖିଛନ୍ତି ଯେ ଐତିହାସିକ ନିଷ୍ପତ୍ତି ଯାହାକୁ ଶୁଣି ସେ ଆଜି ଗର୍ବିତ । ସମଲିଙ୍ଗିକତାକୁ ଅପରାଧୀକ ଧାରା ୩୭୭ରୁ ହଟାଇବା ସମାନ ଅଧିକାର ଏବଂ ମାନବତା ପାଇଁ ଏକ ବୃହତ ସକରାତ୍ମକ ନିଷ୍ପତ୍ତି ବୋଲି କହିଛନ୍ତି କରଣ ଜୋହର । ଦେଶକୁ ନିଜର ଅକ୍ସିଜେନ ପୁଣି ମିଳିଥିବା ମଧ୍ୟ ଲେଖି ଟ୍ୱିଟ କରିଛନ୍ତି କରଣ ।

ଏହିଭଳି ଆୟୁଷ୍ମାନ ଖୁରାନା ମଧ୍ୟ ସେହିଭଳି କିଛି ଟ୍ୱିଟ କରି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଆଜିର ସୂର୍ଯ୍ୟକିରଣ ପ୍ରଗତିଶାଳୀ ଭାରତକୁ ଉଜ୍ୱଳ କରିଛି ଏବଂ ସେହିଭଳି ଅଭିନେତ୍ରୀ ସ୍ୱରା ଭାସ୍କର ସମସ୍ତ କର୍ମକର୍ତ୍ତାଙ୍କୁ ଓ ସୁପ୍ରିମକୋର୍ଟକୁ ଶୁଭେଚ୍ଛା ଜଣାଇଛନ୍ତି ।