ଶ୍ରମିକ ପରିବାରକୁ ଶ୍ରୀକୃଷ୍ଣଙ୍କ ପରିବାରର ସ୍ୱାଦ ଚଖାଇଲେ ଚିତ୍ରକର : କାହ୍ନୁର ରଙ୍ଗରେ ରଙ୍ଗେଇ ହେଲେ ଗରିବ ପରିବାର , ଚିତ୍ରକରଙ୍କ ଅଦ୍ଭୁତ କଳାକୁ ବାଃ ବାଃ କଲା ସୋସିଆଲ୍ ମିଡ଼ିଆ 

167

ଖାଲି କାଗଜର ଦେହରେ ରଙ୍ଗତୁଳୀ ସ୍ପର୍ଶର ଜୀବନ ଭରୁଥିବା ମଣିଷଟିକୁ ଆମେ ଚିତ୍ରକର ବୋଲି କହୁ । ଜଣେ ଚିତ୍ରକର ପାଇଁ ଚିତ୍ର ହିଁ ତା’ର ଜୀବନ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଚିତ୍ରର ଭିନ୍ନଭିନ୍ନ ଦିଗ ଏବଂ କଳାକୁ ଚିତ୍ରକର ପ୍ରସ୍ତୁତ କରୁଛନ୍ତି । ମଡ଼ର୍ଣ୍ଣ ଆର୍ଟଠାରୁ ଆରମ୍ଭ କରି ଡ଼ିଜିଟାଲର ଛାପ ଚିତ୍ର ଉପରେ ବାଜିଲାଣି । ଆଉ ଏବେ ସୋସିଆଲ୍ ମିଡ଼ିଆରେ ଏଭଳି ଜଣେ ଆର୍ଟିଷ୍ଟଙ୍କ କଳାକୁ ଖୁବ୍ ପସନ୍ଦ କରାଯାଉଛି । ବାଙ୍ଗାଲୋରର ଏହି ଆର୍ଟିଷ୍ଟଙ୍କ ନାଁ ହେଉଛି କରନ୍ ଆଚାର୍ଯ୍ୟ । ସେ ନିଜ ଟ୍ୱିଟର ଆକାଉଣ୍ଟରେ ନିଜ ହାତର ଯାଦୁଗରୀକୁ ପୋଷ୍ଟ୍ କରିଥାନ୍ତି । ହେଲେ ସବୁ ଚିତ୍ରକରଙ୍କ ଭଳି ତାଙ୍କ ଚିତ୍ରରେ ସମାନତା ନୁହଁ ଟ୍ୱିଷ୍ଟ୍ ରହିଛି । ସେ ଏକ ସାଧାରଣ ଫଟୋକୁ ନେଇ ଏଥିରେ ପେଣ୍ଟିଙ୍ଗ୍ କରିଥାନ୍ତି । ଆପଣ ଭାବୁଥିବେ ଆଜିକାଲି ତ ମୋବାଇଲ୍ ଆପରେ ଏଭଳି ପେଣ୍ଟିଙ୍ଗ୍ କରାଯାଇପାରିବ ତେବେ ଏଥିରେ ନୂଆ କ’ଣ! ଯଦି ଆପଣଙ୍କ ମନରେ ଏଭଳି କିଛି ପ୍ରଶ୍ନ ଆସୁଛି ତେବେ ଥରେ ଏହି ପେଣ୍ଟିଙ୍ଗକୁ ଦେଖିଲେ ଜାଣିପାରିବେ ଯେ ଆର୍ଟିଷ୍ଟ ଜଣକ ହୃଦୟର ହାତରେ ଏହାକୁ ପ୍ରସ୍ତୁତ କରୁଛନ୍ତି ।

ସାଧାରଣ ଦେଖାଯାଉଥିବା ଫଟୋକୁ ସେ ଖାସ୍ କରି ଭେଟିଦିଅନ୍ତି । ଭଗବାନ ହନୁମାନଙ୍କ ଠାରୁ ଆରମ୍ଭ କରି ଶିବ ଏବଂ ଶ୍ରୀରାମ ପର୍ଯ୍ୟନ୍ତ ସେ ସୁନ୍ଦର ଚିତ୍ରକୁ ନିଜ ହାତ ସ୍ପର୍ଶରେ ଆହୁରି ସୁନ୍ଦର କରିଦିଅନ୍ତି । ଲୋକମାନେ ତାଙ୍କ ପାଖକୁ ନିଜର ଫଟୋ କିମ୍ବା ବନ୍ଧୁବାନ୍ଧବଙ୍କ ଫଟୋ ପୋଷ୍ଟ୍ କରି ଏହାକୁ ଭିନ୍ନ ଆକୃତିର ଦେବାକୁ କରନ୍ ଙ୍କୁ କୁହନ୍ତି । କରନ୍ ଫଟୋଟିର ରୂପରେଖ ବଦଳାଇ ସୁନ୍ଦର ପେଣ୍ଟିଙ୍ଗ୍ ପ୍ରସ୍ତୁତ କରି ଲୋକଙ୍କୁ ଭେଟି ଦିଅନ୍ତି । ତାଙ୍କ ଟ୍ୱିଟର ଆକାଉଣ୍ଟ୍ ରେ ଜଣେ ୟୁଜର୍ ଶ୍ରମିକ ପରିବାରର ଏକ ଫଟୋ ସେୟାର୍ କରି ଏହାକୁ କୃଷ୍ଣପରିବାରର ଛାପ ଦେବାକୁ କହିଥିଲେ । ଯାହାକୁ ସେ ଖୁବ୍ ସୁନ୍ଦର ଭାବେ ପ୍ରସ୍ତୁତ କରିଛନ୍ତି । ଜଣେ ଦିବ୍ୟାଙ୍ଗ ବାଳକଙ୍କ ସାଧାରଣ ଛବିକୁ ମଧ୍ୟ ସେ ଶ୍ରୀକୃଷ୍ଣଙ୍କ ବସିବାଠାଣି ରୂପେ ଚିତ୍ରିତ କରିଛନ୍ତି ।