ସାପ ସହ ୧୧ କି.ମିର ଯାତ୍ରା : ହେଲମେଟ୍ ଭିତରେ ପଶିଥିଲା ବିଷାକ୍ତ ସାପ , ମରୁ ମରୁ ବଂଚିଲେ ଶିକ୍ଷକ ।

ସାପ ସହ ୧୧ କି.ମିର ଯାତ୍ରା : ହେଲମେଟ୍ ଭିତରେ ପଶିଥିଲା ବିଷାକ୍ତ ସାପ , ମରୁ ମରୁ ବଂଚିଲେ ଶିକ୍ଷକ ।

ସାପକୁ ଦେଖିଲେ ଅବା କିଏ ନ ଡରେ । ସେ ବିଷଧର ହେଉ କି ସାଧାରଣ ବର୍ଗର , ସାପକୁ ଦେଖି ସମସ୍ତେ ଚିହିଁକି ଉଠନ୍ତି। ବର୍ଷାଦିନରେ ଜୋତା ଭିତରେ କିମ୍ବା ଘରର କେଉଁ କୋଣରେ ସାପ ଶୁଣିଥିବା ଦେଖିଥିବେ କିନ୍ତୁ କେରଳରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଡରରେ ମଧ୍ୟ ରହୁଛନ୍ତି । କେରଳର ରଞ୍ଜିତ ନାମକ ଶିକ୍ଷକ ପ୍ରତିଦିନ ଭଳି ନିଜ ସ୍କୁଟରରେ ବିଦ୍ୟାଳୟକୁ ଯାଉଥିଲେ । କିନ୍ତୁ ଯାତ୍ରା ସମୟରେ ହଠାତ୍ ତାଙ୍କ ମୁଣ୍ଡରେ କିଛି ଚାଲୁଥିବା ଭଳି ଅନୁଭବ ହେଲା ।

publive-image

୧୧ କିମି ଯାତ୍ରା କରି ରଞ୍ଜିତ୍ ଯେତେବେଳେ ବିଦ୍ୟାଳୟ ଯାଇ ହେଲମେଟ କାଢିଲେ ସେତେବେଳେ ତାଙ୍କ ହୋସ ଉଡି ଯାଇଥିଲା । ତାଙ୍କ ହେଲମେଟ ଭିତରେ ଥିଲା ସାପ । ସାପକୁ ଦେଖି ସେ ପ୍ରଥମେ ଭୟଭିତ ହୋଇ ପଡିଥିଲେ ଏବଂ ସାପର ଲାଞ୍ଜ ବାହାରକୁ ଟାଣି ଆଣିଥିଲେ । ଭାଗ୍ୟବଶତଃ ହେଲମେଟ ଭିତରେ ଅମ୍ଳଜାନ ନପାଇବା କାରଣରୁ ସାପଟିର ମୃତ୍ୟୁ ହୋଇ ଯାଇଥିଲା । ସଙ୍ଗେ ସଙ୍ଗେ ବିଦ୍ୟାଳୟ କର୍ମଚାରୀ ଏକତ୍ରୀତ ହୋଇ ସାପକୁ ବାହାର କରିଥିଲେ । ରଞ୍ଜିତଙ୍କ କହିବାନୁଯାୟୀ, ଘରୁ ବାହାରିବା ଠାରୁ ବିଦ୍ୟାଳୟ ପର୍ୟ୍ୟନ୍ତ ତାଙ୍କ ହେଲମେଟରେ ସାପ ଥିବାର ତିଳେ ମାତ୍ର ସନ୍ଦେହ ହୋଇନାହିଁ । ସାପଟି ତାଙ୍କ ଘର ପାଖ ପୋଖରୀରୁ ବାହାରି ଆସି ହେଲମେଟରେ ଲୁଚି ରହିଥିବା ରଞ୍ଜିତ ସନ୍ଦେହ କରୁଛନ୍ତି । ଏହା ଅତ୍ୟନ୍ତ ବିଷାକ୍ତ ଓ ଗର୍ଜିଲା ସାପର ପ୍ରଜାତି ବୋଲି ଜାଣାପଡିଛି । ରଞ୍ଜିତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ସମସ୍ତ ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe