କନକ ବ୍ୟୁରୋ : ପାକିସ୍ତାନରେ ବସ ଦୁର୍ଘଟଣାରେ ୩୦ ଜୀବନ୍ତ ଦଗ୍ଧ । ପଞ୍ଜାବର ପିଣ୍ଡି ଭଟିୟା ସହରରେ ଏହି ଦୁର୍ଘଟଣା ଘଟିଛି । ଚଳନ୍ତା ବସରେ ନିଆଁ ଲାଗିବାରୁ ୩୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେହିପରି ୭ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବସରେ ପାଖାପାଖି ୪୦ରୁ ଅଧିକ ଯାତ୍ରୀ ଥିଲେ । ଯାତ୍ରୀବାହୀ ବସଟି କରାଚିରୁ ଇସଲାମାବାଦ ଯାଉଥିଲା ।