କର କ୍ଲିନିକରେ ମିଳିବ ଜରୁରୀ ସେବା । ଡାଇଲିସିସ୍ ଭଳି ଜରୁରୀ ସେବା ଆରମ୍ଭ ହେବା ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । ଆଜି କ୍ଲିନିକକୁ କରାଯାଇଛି ସମ୍ପୂର୍ଣ୍ଣ ବିଶୋଧନ

1,131

କନକ ବ୍ୟୁରୋ: କର କ୍ଲିନିକରେ ହେବ ଜରୁରୀ ସେବା । ଡାଇଲିସିସ ଭଳି ଜରୁରୀ ସେବା କର କ୍ଲିନିକରେ ଆରମ୍ଭ ହେବ । ଆଜି କ୍ଲିନିକକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ଆଉ ବିଶୋଧନ କରିବା ପରେ ଜରୁରୀ ସେବା ଜାରି ରହିବାକୁ ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ରାଜ୍ୟର ୩ୟ କରୋନା ଆକ୍ରାନ୍ତ ବ୍ୟକ୍ତି କ୍ଲିନିକରେ ଚିକିତ୍ସା ହୋଇଥିବା ସ୍ପଷ୍ଟ ହେବା ପରେ କର କ୍ଲିନିକକୁ ବନ୍ଦ କରାଯାଇଥିଲା । କୌଣସି ରୋଗୀଙ୍କୁ କ୍ଲିନିକ ନଯିବାକୁ ବାରଣ କରାଯାଇଥିଲା । ଆଉ କ୍ଲିନିକର ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର ଆଜି କ୍ଲିନିକକୁ ସମ୍ପୂର୍ଣ୍ଣ ଭାବ ସାଇନାଇଜ କରିବା ପରେ ଜରୁରୀ ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଥିବା ବେଳେ କ୍ଲିନିକର ସମସ୍ତ କର୍ମଚାରୀ ୧୪ ଦିନ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି ।