ବେଶ କିଛି ଦିନର ବ୍ୟବଧାନ ପରେ ହାସ୍ୟ ଅଭିନେତା କପିଲ ଶର୍ମା ଏକ ନୂଆ ଶୋ’ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ଶର୍ମା ଜରିଆରେ ପରଦାକୁ ଫେରିଥିବା ଦେଖିବାକୁ ମିଳିଥିଲା । ଏହି ଶୋ’ରେ ତାଙ୍କ ସହ ପୂର୍ବ ଶୋ’ର ସବୁ କଳାକାର ଥିବା ବେଳେ ସୁନୀଲ ଗ୍ରୋଭରଙ୍କୁ ଦର୍ଶକ ଦେଖିବାକୁ ପାଇ ନଥିଲେ । ବୋଧହୁଏ ସେଥିପାଇଁ କପିଲଙ୍କ ଏହି ନୂଆ ଶୋ’କୁ ଲୋକମାନେ ବୋରିଙ୍ଗ କହିବା ସହ ଶୋ’ର ଟିଆରପି କମିବାରେ ଲାଗିଛି । ଏଥିପାଇଁ କପିଲ ବେଳେ ବେଳେ ସୁଟିଂ ବାତିଲ କରୁଥିବା ବେଳେ ଶୋ’ଟି ବନ୍ଦ ହୋଇଯାଇପାରେ ବୋଲି ସୂଚନା ମିଳିଛି ।
ତେବେ ଏତେ ସବୁ ଅସୁବିଧା ମଧ୍ୟରେ କପିଲଙ୍କୁ ଆଉ ଗୋଟିଏ ଝଟକା ଲାଗିଥିବା ଶୁଣିବାକୁ ମିଳିଛି । କପିଲଙ୍କ ପୂର୍ବତନ ପ୍ରେମିକା ପ୍ରୀତି ସୁନୀଲଙ୍କର ଆରମ୍ଭ ହେବାକୁ ଯାଉଥିବା ନୂଆ ସୋ’ରେ କାମ କରିବେ ବୋଲି ଖବର ମିଳିଛି । ୱେବ ସିରିଜ ‘ଦେ ଦନା ଦନ’ରେ ସେ ଶିଳ୍ପା ସିନ୍ଦେ ଏବଂ ସୁନୀଲଙ୍କ ସହ ନଜର ଆସିବେ କୁହାଯାଉଥିବାବେଳେ ଏଥିରେ ପ୍ରୀତିଙ୍କ ଭଉଣୀ ମଧ୍ୟ କାମ କରିବେ ବୋଲି ଶୁଣିବାକୁ ମିଳିଛି ।
ସୁଚନା ମୂତାବକ,ଗତ ବର୍ଷ ପ୍ରୀତି ଏବଂ କପିଲଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ସୁନୀଲ ଏବଂ କପିଲଙ୍କ ମଧ୍ୟରେ ଝଗଡ଼ା ଏହି କାରଣରୁ ଆରମ୍ଭ ହୋଇଥିଲା ବୋଲି ଜଣାପଡ଼ିଛି । ତେବେ କପିଲ ଏବଂ ସୁନୀଲ ମଧ୍ୟରେ ହୋଇଥିବା ଝଗଡ଼ା ଦୁଇ ଜଣଙ୍କୁ କେଉଁ ପଥରେ ନେଉଛି ତାହା ଦେଖିବାକୁ ବାକି ରହିଲା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/thequint2F2017-092Ff4874bee-45c2-48f3-8f94-2230d2a52a9d2Fkapil-sharma.jpg)