କପିଳେଶ୍ୱର ମନ୍ଦିର ସଂରକ୍ଷଣ ପ୍ରସଙ୍ଗ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ତାତ୍ସଲ୍ୟ। 

183

କନକ ବ୍ୟୁରୋ :  କପିଳେଶ୍ୱର ମନ୍ଦିର ସଂରକ୍ଷଣ ଏଏସଆଇକୁ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଅପରାଜିତାଙ୍କ ଠାରୁ ଧର୍ମେନ୍ଦ୍ର କାମ ଶିଖନ୍ତୁ । କେନ୍ଦ୍ରମନ୍ତ୍ରୀ ପ୍ରଚାର ପାଇଁ ବେଶି, କାମ କମ କରନ୍ତି ବୋଲି କହିଛି ବିଜେଡି । ୫ତାରିଖ ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଏଏସଆଇକୁ ଦାୟିତ୍ୱ ଦିଆଯାଇଛି । ୫ତାରିଖରେ ଏନେଇ ନୋଟିଫକେସନ ହୋଇଥିଲା କିନ୍ତୁ ୯ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଏଏସଆଇ ରକ୍ଷଣାବେକ୍ଷଣ କରୁ ବୋଲି ଦାବି କରିଥିଲେ । ଏହାକୁ ନେଇ ତାତ୍ସଲ୍ୟ କରିଛି ବିଜେଡି । କ୍ୟାବିନେଟର ସାଥି ମନ୍ତ୍ରୀ କିନ୍ତୁ ଜାଣୁନାହାନ୍ତି । ଏବଂ କେନ୍ଦ୍ରମନ୍ତ୍ରୀ ବ୍ୟାକୁଳ ନହୋଇ କେମିତି କାମ କରାଯାଏ ତାହା ଅପରାଜିତାଙ୍କ ଠାରୁ ଶିଖନ୍ତୁ ବୋଲି କହିଛନ୍ତି ଲେନିନ ମହାନ୍ତି ।