କାମାକ୍ଷାନଗର ଉପକଣ୍ଠରେ ପାଣିରେ ବୁଡିଲା ଦ୍ୱାଦଶ ଶତାବ୍ଦୀର କପିଳେଶ୍ୱର ମନ୍ଦିର । ୧୫ ଫୁଟ ଉପରେ ମନ୍ଦିର ଭିତରେ ଚାଲିଛି ପାଣି , ଠାକୁରଙ୍କୁ ଉଚ୍ଚ ସ୍ଥାନକୁ ଆଣି ଚାଲିଛି ରୀତୀନୀତି

410

କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଫୁଲି ଉଠିଛି ରାମିଆଳ ନଦୀ । କାମାକ୍ଷାନଗର ଉପକଣ୍ଠ ବଡସୁଆଁଳ ଗାଁ ନିକଟରେ ରହିଥିବା ଦ୍ୱାଦଶ ଶତାବ୍ଦୀର ବାବା କପିଳେଶ୍ୱର ମନ୍ଦିରରେ ପଶିଛି ବନ୍ୟା ଜଳ । ମନ୍ଦିର ଭିତରେ ପ୍ରାୟ ୧୫ ଫୁଟରୁ ଅଧିକ ଉଚ୍ଚରେ ପଶିଛି ବନ୍ୟା ଜଳ । ନଦୀ ଭିତରେ ଥିବା ମନ୍ଦିରକୁ ଯିବା ପାଇଁ କୌଣସି ରାସ୍ତା କିଂବା ସେତୁ ନାହିଁ ।

ଫଳରେ ବନ୍ୟା ଜଳ ପଶିବା ମାତ୍ରେ ଠାକୁରଙ୍କୁ ବାହରକୁ ଆଣି ରୀତୀନୀତି କରୁଛନ୍ତି ପୂଜକ । ୧୯୯୬ ମସିହାରୁ ଏହି ମନ୍ଦିରକୁ ପ୍ରତ୍ନତତ୍ୱ ବିଭାଗ ସଂରକ୍ଷଣ ଦାୟିତ୍ୱ ହାତକୁ ନେଇଛି । ତେବେ ପ୍ରତିବର୍ଷ ରାମିଆଳ ନଦୀରେ ବନ୍ୟା ଆସିଲେ ଏହିପରି ମନ୍ଦିର ପାଣିରେ ବୁଡି ରହୁଛି । ଏପରି ସ୍ଥିତି ଜାରି ରହିଲେ ଆଗକୁ ଏହି ପୁରାତନ କୀର୍ତୀରାଜି ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା କଲେଣି ଗ୍ରାମବାସୀ ।