ସିଏଏକୁ ନେଇ ଶିବଲଙ୍କ ବଡ଼ ବୟାନ । ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କହିଲେ, ଆଇନ ପ୍ରଣୟନ ହୋଇଗଲା ପରେ ଏହାକୁ ଅନ୍ୟ ରାଜ୍ୟ ବିରୋଧ କରିବା ଅସାମ୍ବିଧାନିକ ।

374

କନକ ବ୍ୟରୋ: ବରିଷ୍ଠ କଂଗ୍ରେସ ନେତାଙ୍କ ବଡ ବୟାନ । କଂଗ୍ରେସ ନେତା କପିଲ ସିବଲ କେରଳ ଗସ୍ତ ଅବସରରେ ଏକ ସାକ୍ଷାତକାରରେ ନାଗରିକ ସଂଶୋଧନ ଆଇନ ନେଇ ଏକ ବଡ ବୟାନ ଦେଇଛନ୍ତି । ତାଙ୍କ ଦଳ ଏହାକୁ ବିରୋଧ କରୁଥିବା ବେଳେ ସେ ଏହି ଆଇନ୍କୁ କୌଣସି ରାଜ୍ୟ ସରକାର ଅଣଦେଖା କରିୁପାରିବେ ନାହିଁ । ଏହାକୁ ଲାଗୁ କରିବାକୁ ବାଧ୍ୟ ବୋଲି ସେ ମତ ରଖିଛନ୍ତି ।
ଏପରିକି, ଶିବଲ କହିଛନ୍ତି “ଦେଶର ସଂସଦ ଗୋଟିଏ ନିୟମ ତିଆରି କଲା ପରେ ଏହାକୁ ରାଜ୍ୟ ସରକାରମାନେ ଅଣ ଦେଖା କରିପାରିବେ ନାହିଁ । ଅନ୍ୟପଟେ ଶିବଲଙ୍କ ଏପରି ବୟାନ ପରେ ରାଜନୀତିରେ ଚର୍ଚା କରିବାକୁ ଆଉ ଗୋଟିଏ ଖୋରାକ ମିଳିଲା ବୋଲି କୁହାଯାଉଛି । କାରଣ ସିଏଏ ଓ ଏନଆସିକୁ ଯେତେବେଳେ କଂଗ୍ରେସ ବାରମ୍ବାର କାଉଣ୍ଟର କରିବାକୁଲାଗିଛି । ହେଲେ ଶିବଲଙ୍କ ବୟାନ ଏବେ କେଉଁ ମୋଡ଼ ଆସିବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।