ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ: ହାତ ଛାଡିଲେ ବରିଷ୍ଠ ନେତା କପିଲ ସିବଲ

Advertisment
ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ: ହାତ ଛାଡିଲେ ବରିଷ୍ଠ ନେତା କପିଲ ସିବଲ

କନକ ବ୍ୟୁରୋ: ଜାତୀୟ ରାଜନୀତିର ସବୁଠୁ ପୁରୁଣା ଦଳ କଂଗ୍ରେସର ସ୍ଥିତି ବର୍ତମାନ ଦୟନୀୟ ରହିଥିବା ବେଳେ ଏବେ ଦଳକୁ ଲାଗିଛି ଆଉ ଏକ ବଡ ଝଟକା । ଦଳୀର ବରିଷ୍ଠ ନେତା କପିଲ ଶିବଲ ଦଳ ଛାଡିଥିବା ନେଇ ଘୋଷଣା କରିବା ସହ ସମାଜବାର୍ଦି ପାର୍ଟି ସର୍ମଥନରେ ରାଜ୍ୟସଭା ପାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହି ଘୋଷଣା କେବଳ ଦଳକୁ ଚକିତ କରିନି ବଂର ଜାତୀୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି କରିଛି ।

କଂଗ୍ରେସକୁ ବଡ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବୁଧବାର ଲକ୍ଷେ୍ନøରେ ଥିବା ସପା ମୁଖ୍ୟାଳୟରେ ପହଁଚି ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ ସିବଲ । ପରେ ଗୋଟିଏ କାରରେ ଏକାଠି ବସି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇ ଆସିଥିଲେ । କପିଲ ସିବଲ ସମାଜବାଦୀ ପାର୍ଟିର ସର୍ମଥନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ରୁପେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଏହି ସମୟରେ ସପା ମୁଖ୍ୟ ଅଖିଳେଶ ଯାଦବ ଓ ବରିଷ୍ଠ ନେତା ରାମଗୋପାଳ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ନାମାଙ୍କନ ଭରିବା ପରେ ସିବଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ୱାଧୀନ ପ୍ରତିନିଧୀ ହେବା ଗୁରୁତ୍ୱପୂର୍ଣ୍ଣ କଥା । ମୁ ସବୁବେଳେ ସ୍ୱାଧୀନ ପ୍ରତିନିଧୀ ହେବାକୁ ଚାହୁଁଛି । ସଂସଦର ଏକ ସ୍ୱତନ୍ତ୍ର ସ୍ୱର ରହିବା ଜରୁରୀ । ସେହିପରି ମେ ୧୬ ତାରିଖରୁ ସେ କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଇସାରିଥିବା କହିଛନ୍ତି ସିବଲ ।

ଦୀର୍ଘଦିନ ଧରି କଂଗ୍ରେସ ହାଇ କମାଣ୍ଡଙ୍କ ବିରୋଧରେ ସ୍ୱର ଉତୋଳନ କରି ଆସୁଥିଲେ ସିବଲ । କିଛି ଦିନ ପୂର୍ବରୁ ଜି-୨୩ ନାମରେ ଏକ ଗୋଷ୍ଠି ତିଆରି କରି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଓ ସଂଗଠନର ସମ୍ପୂର୍ଣ୍ଣ ପରିବର୍ତନ ପାଇଁ ମଧ୍ୟ ସେ ଦାବି କରିଥିଲେ । ଦଳକୁ ଟାର୍ଗେଟ କରି କହିଥିଲେ କି ଘର ଭିତରେ କଂଗ୍ରେସ ନୁହେଁ ବଂର ଦଳ ସମସ୍ତଙ୍କ ହେବା ଦରକାର ।କିଛି ଦିନ ଧରି ଅସନ୍ତୁଷ୍ଟ ରହିବା ପରେ ସିବଲ କଂଗ୍ରେସ ଛାଡି ଏବେ ସପା ସହ ରାଜନୈତିକ ଜୀବନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଗୋଟିଏ ପରେ ଗୋଟିଏ ବରିଷ୍ଠ ନେତା କଂଗ୍ରେସ ନେତୃତ୍ୱକୁ ନା ପସନ୍ଦ କରି ଦଳ ଛାଡିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe