ଆଜି ହଲ୍‌କୁ ଆସିବ ‘ଜ୍ୱିଗାଟୋ’ : କପିଲଙ୍କ ସହ ବିଭିନ୍ନ ମଞ୍ଚ କଳାକାର ତଥା ଓଡ଼ିଆର ସିନେ କଳାକାର ଆସିବେ ନଜର

832

କନକ ବ୍ୟୁରୋ : ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ କମେଡି କିଙ୍ଗ କପିଲ ଶର୍ମାଙ୍କ ବଲିଉଡ୍ ଫିଲ୍ମ ‘ଜ୍ୱିଗାଟୋ’ । ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରବଳ ଉତ୍ସାହ ରହିଛି । ଫିଲ୍ମ ସହ ଭୁବନେଶ୍ୱର ଓ କଟକର ଖାସ ସମ୍ପର୍କ ରହିଛି । ଫିଲ୍ମରେ କମେଡି କଳାକାର କପିଲଙ୍କ ସହ ଜ୍ୱିଗାଟୋରେ ସ୍କ୍ରିନ ସେୟାର କରିଛନ୍ତି ବିଭିନ୍ନ ମଞ୍ଚ କଳାକାର ତଥା ଓଡ଼ିଆର ସିନେ କଳାକାର । ଏହି କଳାକାରମାନଙ୍କୁ ନେଇ ତିଆରି ହୋଇଛି ଫିଲ୍ମ । ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏହି ଫିଲ୍ମଟି ସୁଟିଂ ହୋଇଛି । ଚଳଚ୍ଚିତ୍ର ଜରିଆରେ ସାମାଜିକ, ପାରିବାରିକ କଥାବସ୍ତୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ଫିଲ୍ମରେ ମଞ୍ଚ କଳାକାର ଅଭିଷେକ ଗିରି ଅଭିନୟ କରିଛନ୍ତି । ସୁଟିଂ ସମୟର କେମିତି ଥିଲା ଅନୁଭୂତି କହିଛନ୍ତି ।