କପିଲଙ୍କ ପ୍ରଶ୍ନରେ ଲାଜେଇଗଲେ ଭିକ୍କି । କ’ଣ ପଚାରିଲେ କପିଲ?

କପିଲଙ୍କ ପ୍ରଶ୍ନରେ ଲାଜେଇଗଲେ ଭିକ୍କି । କ’ଣ ପଚାରିଲେ କପିଲ?

କନକ ବ୍ୟୁରୋ: ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଯିବେ ଭିକ୍କି- କ୍ୟାଟ୍ । ଏବେ ପ୍ରିୱେଡିଙ୍ଗ ସେରିମନିକୁ ନେଇ ଦୁହେଁ ବ୍ୟସ୍ତ । ଏହା ମଧ୍ୟରେ ଭିକ୍କି କୌଶଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଆଉ କିଛି ଦିନ ପରେ ପତି- ପତ୍ନୀ ହୋଇଯିବେ କ୍ୟାଟ୍ରିନା ଓ ଭିକ୍କି କୌଶଲ । ହେଲେ ଏହାରି ଭିତରେ ଭିକ୍କିଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ କପିଲ ଶର୍ମା ନିଜ ସୋ’ରେ ଭିକ୍କି ଙ୍କୁ ଏପରି କିଛି ପ୍ରଶ୍ନ କରିଛନ୍ତି, ଯାହାକୁ ଶୁଣି ଭିକ୍କି ପୁରା ଲାଜେଇ ଯାଉଛନ୍ତି ।

ଏହି ଭିଡିଓ କ୍ୟାଟ୍ରିନା କୈଫଙ୍କ ପେଜରେ ସେୟାର କରାଯାଇଛି । ପ୍ରକୃତ କଥା ହେଉଛି, ଭିକ୍କି ନିଜ ଫିଲ୍ମ ‘ ଭୂତ’ର ପ୍ରମୋସନ ପାଇଁ ‘ ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ । ସୋ’ରେ କପିଲ ଭିକ୍କିଙ୍କୁ ପଚାରିଥିଲେ ଯେ, ଆଜିକାଲି ବାଟରେ ଗଲାବେଳେ ସାମ୍ନାରେ ବିଲେଇ ପାସ୍ କଲେ ତୁମକୁ କିଛି ଖରାପ ଲାଗୁନଥିବ? କାରଣ ଏବେ ତୁମକୁ ବିଲେଇ ଭାରି ପସନ୍ଦ ଲାଗୁଛି ନା?’ ଏହାକୁ ତୁରନ୍ତ ବୁଝିଯାଇଥିଲେ ଭିକ୍କି । ସେତେବେଳେ ଦୁହିଁଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe