କନକ ବ୍ୟୁରୋ : ନବୀନଙ୍କୁ ଭେଟିଲେ କପିଲ ଶର୍ମା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଜଣାଶୁଣା କମେଡିଆନ ତଥା ବଲିଉଡ ଫିଲ୍ମ ଅଭିନେତା କପିଲ ଶର୍ମା । କେବଳ କପିଲ ନୁହଁନ୍ତି ବରଂ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ନବୀନ । ପରେ ଭାରତୀୟ ହକି ଟିମର ଏକ ଜର୍ସି ଉଭୟଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ । ଏହାସହ କପିଲଙ୍କୁ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ଦେଇଥିଲେ ନବୀନ ।
ଗତ କିଛି ଦିନ ହେବ ଏକ ଫିଲ୍ମର ସୁଟିଂ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି କମେଡିଆନ କପିଲ ଶର୍ମା । ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ଜଣେ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ କପିଲ । ପାଖାପାଖି ୧୦ ଦିନରୁ ଅଧିକ ହେବ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ସୁଟିଂ ଚାଲୁଥିଲା । ଆଉ ସୁଟିଂ ସମୟରେ କପିଲଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।