କନକ ବ୍ୟୁରୋ: ବାହା ହେବେ ବଲିଉଡ୍ ସିଙ୍ଗର ମିକା ସିଂହ । ଜୋଧପୁରରେ ତାଙ୍କ ସ୍ୱୟଂବର ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖାଲି ସେତିକି ନୁହେଁ, ତାଙ୍କ ସ୍ୱୟଂବରରେ ଯୋଗ ଦେବାକୁ ଏବେ ଅନେକ ବଲିଉଡ୍ ସେଲିବ୍ରିଟି ଜୋଧପୁର ମୁହାଁ ହୋଇଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହେଇଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା । ଏକ ସ୍ୱତନ୍ତ୍ର ଜେଟ୍ ଯୋଗେ କପିଲ ମୁମ୍ବାଇରୁ ଜୋଧପୁର ବାହାରିଛନ୍ତି । ଯାହାର ସୂଚନା ସେ ନିଜେ ହିଁ ଦେଇଛନ୍ତି ଆଉ ତାଙ୍କର କିଛି ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।
ଜାଣି ରଖିବା ଉଚିତ୍ ଯେ, ଜୋଧପୁରରେ ଏବେ ମିକା ସିଂହଙ୍କ ସ୍ୱୟଂବର ହେବାକୁ ଯାଉଛି । ସେଠାକାର ଏକ ତାରକା ହୋଟେଲରେ ଏହି ସ୍ୱୟଂବର ହେବ । ତେବେ କପିଲ ଶର୍ମା ଏବେ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବାବେଳେ , ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ମିକା ଭାଇଙ୍କ ସ୍ୱୟଂବରରେ ଯୋଗ ଦେବାକୁ ଜୋଧପୁର ଯାଉଛି । ଏଥର ବହୁତ ଖର୍ଚ୍ଚ ହେଇଗଲା । ଡର ଏତିକି ଯେ, ଶେଷରେ ନିଜ କଥାରୁ ବର ଓହରି ନଯାଉ ବୋଲି ସେ ମଜାରେ ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ, ମିକା ଦ ବୋଟି ନାମକ ଏକ ରିୟାଲିଟି ସୋ ଏବେ ଆୟୋଜିତ ହେଉଛି । ଯେଉଁଥିରେ ଅନେକ ଝିଅ ସାମିଲ ହେଇଛନ୍ତି । ଏହି ଝିଅଙ୍କ ଭିତରୁ ମିକା ସିଂହ ନିଜ ପାଇଁ କନ୍ୟା ବାଛିବେ ଆଉ ତାଙ୍କର ଜୋଧପୁରରେ ସ୍ୱୟଂବର ହେବ । ଏହାର ପ୍ରସାରଣ ଟିଭିରେ ମଧ୍ୟ ହେବ । ତେବେ ଏହି ବିବାହର ତାରିଖ ଘୋଷଣା ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/05/26-14.jpg)