କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମକୁ ନେଇ ୧୯୮୩ ମସିହାର ବିଶ୍ୱକପ୍ ବିଜେତା କ୍ୟାପଟେନ କପିଲ ଦେବ ବଡ ବୟାନ ଦେଇଛନ୍ତି । ସେ ପ୍ରଥମେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସକୁ ନେଇ ଅନେକ ପ୍ରଶଂସା କରିଥିଲେ । ଏହାପରେ ସେ କହିଛନ୍ତି କି ଖେଳାଳି ନିଜକୁ ନିଜେ ସବୁକିଛି ଜାଣିଥିବା ଅନୁଭବ କରୁଛନ୍ତି, ତେଣୁ ସେମାନେ ଅନ୍ୟ କାହାର ପରାମର୍ଶ ନେବାକୁ ଜାରୁରୀ ମନେ କରୁନାହାଁନ୍ତି ।

Advertisment

କପିଲ ଦେବ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି, ମତଭେଦ ସମସ୍ତଙ୍କ ମଧ୍ୟରେ ରହିଥାଏ, ହେଲେ ଭାରତୀୟ ଖେଳାଳିଙ୍କ ଭିତରେ ବଡ କଥା ହେଉଛି ସେମାନଙ୍କର ବଡ ଅତ୍ମବିଶ୍ୱାସ ରହିଛି । ମାତ୍ର ସେମାନେ ସବୁକିଛି ଜାଣିଥିବା ଭାବିବା ସେମାନଙ୍କ ପାଇଁ ବଡ ଦୁର୍ବଳତା ।

ପୂର୍ବ କ୍ୟାପଟେନ ଏହା ବି କହିଛନ୍ତି କି, ଟଙ୍କା ସହିତ ଅହଂକାର ବା ଗର୍ବ ଆସିଥାଏ । ଏଣୁ କିଛି ଖେଳାଳି ଅଛନ୍ତି ଯାହାଙ୍କୁ ସୁନିଲ ଗାଭାସ୍କରଙ୍କ ଭଳି ଖେଳାଳିଙ୍କ ଠାରୁ ପରାମର୍ଶ ନେବାକୁ ଉଚିତ ମନେ କରନ୍ତି ନାହିଁ । ଏଣୁ ସେମାନେ ଭାବୁଛନ୍ତି କି ଟଙ୍କା ଆସିଗଲା ଅର୍ଥ ଆମ ପାଖରେ ସବୁକିଛି ଆସିଗଲା ।

ସେ ଆହୁରି କହିଛନ୍ତି କି, ଟିମରେ ଏଭଳି କିଛି ଖେଳାଳି ରହିଛି ଯେଉଁମାନଙ୍କୁ ସାହାଯ୍ୟ ଦରକାର ରହିଛି । ଯେତେବେଳେ ସୁନିଲ ଗାଭାସ୍କର ସେଠାରେ ରହିଛନ୍ତି ତ ଆପଣ ତାଙ୍କ ସହିତ କାହିଁକି ଆଲୋଚନା କରୁନାହାଁନ୍ତି । କାରଣ କେବେ କେବେ ଅନ୍ୟ କାହାର ପରାମର୍ଶ ଆପଣଙ୍କ ବିଚାର ବଦଳାଇ ଦେବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି ଭାରତୀୟ କ୍ରିକେଟ ଟିମ୍ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି । ଏଠାରେ ୩ଟି ଏକଦିବସୀୟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି । ଭାରତୀୟ ଟିମ୍ ମାତ୍ର ୧୮୨ ରନ କରିଥିଲା । ବଦଳରେ ୱେଷ୍ଟଇଣ୍ଡିଜ ୮୦ ଟି ବଲ ବାକି ଥାଇ ମ୍ୟାଚରେ ବିଜୟୀ ହୋଇଥିଲା ।