କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ । ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ ଝଲକ

294

କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘କାନ୍ତାରା-ଚାପ୍ଟର ୱାନ୍’ର ପ୍ରଥମ ଝଲକ । ଅତ୍ୟନ୍ତ ରହସ୍ୟ ଓ ରୋମାଂଚରେ ଭରା ଏହି ସିନେମାର ଟିଜର ଏବେ ରିଲିଜ ହୋଇଛି । ଅଭିନେତା ତଥା ସିନେ ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏକଦମ୍ ଭୟଙ୍କର ଲୁକ୍ରେ ଏଥିରେ ନଜର ଆସିଛନ୍ତି । ଟିଜର ଆରମ୍ଭରୁ ରିଷଭ ସେଟ୍ଟୀ ଜଙ୍ଗଲରେ ଦୌଡୁଥିବା ଦେଖିବାକୁ ମିଳିଛି । ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଖୁବ୍ ଭୟାନକ ରହିଛି । ୨୦୨୨ରେ ରିଲିଜ କାନ୍ତାରା ସାରା ଦେଶରେ ସଫଳତା ହାସଲ କରିବା ସାଙ୍ଗକୁ ବିଶ୍ୱସ୍ତରୀରେ ବେଶ୍ ପ୍ରଂଶସା ସାଉଁଟିଥିଲା । ଦର୍ଶକ ଏହାର ସ୍ୱିକେଲକୁ ଅପେକ୍ଷା କରି ବସିଥିଲେ ।