ଫସଲ ଉଜାଡିଦେଲା ଅଦିନିଆ ବର୍ଷା । ଖଳାରେ ଗଜା ହେଉଛି ଧାନ, କାଗଜପତ୍ର ହୋଇନଥିବାରୁ ବିକ୍ରୀ ହୋଇପାରୁନି ଧାନ

219

କନକ ବ୍ୟୁରୋ : ଅଦିନିଆ ବର୍ଷା ଉଜାଡିଦେଲା  ଫସଲ ।  ମଣ୍ଡିରେ ନୁହେଁ ଖଳାରେ ପଡିଛି ଧାନ । ବର୍ଷାରେ  ଗଜା ହେଉଛି  ଧାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ପାଟଣାଗଡ କଂଟାବଞ୍ଜି ଛକରେ ଥିବା ଧାନ ଖଳାରେ ।  ଧାନ ଖଳାରେ ପଡିଛି ୪ ଜଣ ଚାଷୀଙ୍କ ୫ଟି ଧାନ ଗଦା ।  ଆଉ କୁଡିଆ କରି  ଧାନକୁ  ୩ ମାସରୁ  ଅଧିକ ଦିନ ହେବ ଜଗିଛନ୍ତି ଚାଷୀ ।  ପ୍ରାୟ ୬ ଶହ କ୍ୱିଂଟାଲ ଧାନ ଧାନ ଖଳାରେ ପଡିରହିଥିବା ଦେଖିବାକୁ ମିଳିଛି ।

କାଗଜପତ୍ର ହୋଇପାରିନଥିବାରୁ  ବିକ୍ରୀ ହୋଇପାରିନଥିବା କଥା କହିଥିଲେ ସେଠାରେ ଥିବା ଚାଷୀ ।  ଦୁଇଦିନ ଧରି ବର୍ଷା ହେଉଥିବାକୁ ଧାନ ବର୍ଷାରେ ଭିଜି ଗଜା ହେବାକୁ ବସିଲାଣି ।   ୪ ଜଣ ଚାଷୀଙ୍କ ମଧ୍ୟରୁ  ୨ ଜଣ ଚାଷୀ  ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ ।  ରାଜେନ୍ଦ୍ର ଯୋଶୀ ନାମକ ଜଣେ ଚାଷୀଙ୍କ କହିବା କଥା ହେଲା,  ମଣ୍ଡିକୁ  ଯାଇ କହିଲେ ବି କେହି ଶୁଣୁନାହାନ୍ତି ।  ବିଶ୍ୱଜିତ ହେତା ନାମକ ଅନ୍ୟ ଜଣେ ଚାଷୀ ବି ସେଇ ଏକା କଥା କହିଛନ୍ତି ।