କନକ ବ୍ୟୁରୋ : ଆଉ ମାତ୍ର ୩ଦିନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ପଡିବ । ପଦ୍ମପୁର ଉପନିର୍ବାଚନକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି ରାଜନୈତିକ ଦଳ । ଏହାରି ଭିତରେ ଦେଖିବାକୁ ମିଳିଛି କଂସ ବେଶରେ ଆସି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ କରାଯାଉଛି ପ୍ରଚାର । ପଦ୍ମପୁରର ବେହେଉଁରିଆ ଛକଠାରେ ବିଭିନ୍ନ ଦୋକାନ ବଜାର ବୁଲି କଂସ ବେଶରେ ପ୍ରଚାର ଚଳାଇଛନ୍ତି ।