ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଞ୍ଚରେ ଝୁମିଲେ କଂସ ମହାରାଜ: ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ

107

କନକ ବ୍ୟୁରୋ: ଜମୁଛି ବରଗଡ ଧନୁଯାତ୍ରା । ଓଲିଉଡ୍ ଷ୍ଟାର ଅନୁ ଚୌଧୁରୀଙ୍କ ସହ ମଂଚରେ ଝୁମିଲେ କଂସ ମହାରାଜ । ପ୍ରିୟାରେ ଗୀତରେ ମହାରାଜଙ୍କ ସହ ନାଚିଲେ ଅଭିନେତ୍ରୀ । ରାଜ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ମଥୁରାବାସୀ । ବରଗଡ ଧନୁଯାତ୍ରା ପାଇଁ ମୁକ୍ତାକାଶ ରଙ୍ଗମଂଚରେ ବିରାଜମାନ କରିଛନ୍ତି ମହାରାଜା କଂସ । ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରାଯାଉଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଅନୁଙ୍କ ସହ ଏକାଠି ଏକ ଫିଲ୍ମର ଗୀତରେ ନାଚିଛନ୍ତି କଂସ ମହାରାଜ । ପ୍ରିୟାରେ. . .ପ୍ରିୟାରେ ଓଡ଼ିଆ ଫିଲ୍ମର ଗୀତର ତାଳେ ତାଳେ ମଂଚ ଉପରେ ଝୁମିଛନ୍ତି ।