କାନପୁରରେ ୮ ଜଣ ପୋଲିସକର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ କଳେ ବଳେ କୌଶଳେ ଧରିବା ପାଇଁ ଲାଗିପଡ଼ିଛନ୍ତି କାନପୁର ପୋଲିସ୍ । ସମୟ ବଢିବା ସଙ୍ଗେ ମୋଷ୍ଟୱାଣ୍ଟେଡକୁ ଧରାଇବା ପାଇଁ ବଢିଚାଲିଛି ପୁରଷ୍କାର ରାଶି । ପ୍ରଥମେ ୫୦ ହଜାର ପରେ ୨.୫୦ ଲକ୍ଷ ଆଉ ଏବେ ୫ ଲକ୍ଷ । ଏତଦବ୍ୟତୀତ ଗ୍ୟାଙ୍ଗଷ୍ଟାରକୁ ଖୋଜିବାରେ ଲାଗିପଡ଼ିଛନ୍ତି ୫୦ ଟି ଟିମ୍ । ଜୁଲାଇ ୨ ତାରିଖ ରାତି ପରଠାରୁ ପୋଲିସ୍ ଦୁବେ ଉପରେ ପୁରଷ୍କାର ରାଶିକୁ ୧ ଲକ୍ଷ କରିଥିଲେ ଏହାର ୫୦ ଘଣ୍ଟା ପରେ ରାଶିକୁ ବଢାଯାଇ ୨.୫୦ ଲକ୍ଷ କରାଗଲା । ଏହା ସତ୍ତେ୍ୱ ବି ଗ୍ୟାଙ୍ଗଷ୍ଟାରର ଟେର୍ ପାଇପାରିନି ପୋଲିସ୍ ।
ପୁରଷ୍କାର ରାଶିକୁ ବଢାଇଲେ କାଳେ ଧରାପଡିବ ମୋଷ୍ଟ୍ ୱାଣ୍ଟେଡ୍ ଭାବି ପୁଣିଥରେ ୫ ଲକ୍ଷ ଟଙ୍କା ବଢାଇଲେ ୟୁପି ପୋଲିସ୍ । ଯଦି ଏବେ ପୋଲିସକୁ କେହି ବିକାଶର ଠିକଣା ବିଷୟରେ ସୂଚନା ଦେବେ ତାହେଲେ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ମିଳିବ ଏବଂ ନାମ,ପରିଚୟ ମଧ୍ୟ ଗୁପ୍ତ ରଖାଯିବ । ବର୍ତ୍ତମାନ ଉତ୍ତରପ୍ରଦେଶରେ ବିକାଶ ଦୁବେର ପରିଚୟ ବଡ଼ ବଦମାସ୍ ହୋଇଯାଇଛି । ଯୋଗୀ ସରକାର ଏବଂ ୟୁପି ପୋଲିସ୍ ପକ୍ଷରୁ ଗ୍ୟାଙ୍ଗଷ୍ଟାରକୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/37-1.jpg)
/kanak/media/post_attachments/wp-content/uploads/2020/07/jju-300x204.jpg)
/kanak/media/post_attachments/wp-content/uploads/2020/07/kanpur-1-1-300x168.jpg)