ଯୋଗୀ ସରକାରରେ ଅରାଜକତାର ସାଂଘାତିକ ଚିତ୍ର । ଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ପିଟିପିଟି ମାରିଦେଲେ ଅଭିଯୁକ୍ତ, ଭିଡିଓ ଭାଇରାଲ ପରେ ଏନକାକାଉଣ୍ଟର କରି ୨ଜଣଙ୍କୁ କାବୁ କଲା ପୋଲିସ ।

1,081

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଅସଦାଚରଣ ପୀଡିତାଙ୍କ ମାଁଙ୍କୁ ହତ୍ୟା । ପୀଡିତାଙ୍କ ପରିବାରକୁ ଅସଦାଚରଣ ଅଭିଯୁକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ଶୁକ୍ରବାର ଦିନ ୨ ଅଭିଯୁକ୍ତ ପରବେଜ ଓ ଆବିଦକୁ ଏନକାଉଂଟର କରି ଗିରଫ କରିବା ସହ ମାମଲା ରୁଜୁ କରିଛି । ଏହାସହ ଗିରଫଙ୍କ ସଂଖ୍ୟା ୬ରେ ପହଂଚିଛି ।

ଡିଆଇଜି ଅନନ୍ତ ଦେଓଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଅସଦାଚରଣ ମାମଲା ସହ ହତ୍ୟା ମାମାଲାରେ ସମ୍ପୃକ୍ତ । କାନପୁର ପୂର୍ବଂଚଳ ଏସପିଙ୍କ ଅନୁଯାୟୀ ଜଜମାଉ ଅଂଚଳରେ ହୋଇଥିବା ଏନକାଉଂଟରରେ ୨ଅଭିଯୁକ୍ତ ଆହତ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗୁଳି ବାଜିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହାସହ ଜାନୁୟାରୀ ୯ତାରିଖ ଆକ୍ରମଣ ଘଟଣାରେ ମଧ୍ୟ ଏମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ଗତବର୍ଷ ୟୁପି ଜଜମାଉର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ୭ଜଣ ଅଭିଯୁକ୍ତ । ଘଟଣା ନେଇ ପୀଡିତାଙ୍କ ମାଆ ଚକେରୀ ପୁଲିସ ଷ୍ଟେସନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହାପରେ ମାମଲା ଫେରାଇ ନେବା ପାଇଁ ପୀଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରାଯାଇଥିଲା । ତେବେ ପରିବାର ପକ୍ଷରୁ ମାମଲାକୁ ଫେରାଇ ନେବା ପାଇଁ ମନା କରାଯିବାରୁ ଅଭିଯୁକ୍ତ ମାନେ ପୀଡିତାଙ୍କ ମାଆ ଓ ମାଉସୀଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ପୀଡିତାଙ୍କ ମାଁଙ୍କ ମୃତ୍ୟୁ ହୋଇଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି ତାଙ୍କ ମାଉସୀ ।