କନକ ବ୍ୟୁରୋ: କରୋନା ସମୟରେ ପ୍ରାଣ ହରାଇଥିବା ପୁଅ ସତରେ ମୃତ ବୋଲି ମାନିବାକୁ ନାରାଜ ଘର ଲୋକେ । ପୁଅ ସହ ଦେଢ ବର୍ଷ ରହିବା ପରେ ପଦାକୁ ଆସିଲା ସତ ।

Advertisment

ଉତ୍ତରପ୍ରଦେଶ କାନପୁରରେ ଜଣେ ଇନକମ୍ ଟ୍ୟାକ୍ସ ଅଫିସରଙ୍କ ଶବ ଦେଢ ବର୍ଷ କାଳ ଘରେ ରଖିଥିବା ପରିବାର ଏବେ ଘୋର ଅସନ୍ତୋଷରେ । ତାଙ୍କ ଅଭିଯୋଗ  ଯେ, ତାଙ୍କ ପୁଅ ଆଜିଯାଏଁ ବଞ୍ଚିଥିଲା ହେଲେ ହସ୍ପିଟାଲ ନେଇଯିବା ପରେ ତାଙ୍କର ମୃତ୍ୟୁ ହୋଇଗଲା । ମୃତ ବିମଳେଶ କୁମାରଙ୍କ ମା’ ରାମ ଦୁଲାରିଙ୍କ କହିବା କଥା ଯେ, ତାଙ୍କ ପୁଅ ବଞ୍ଚିଥିଲା ତାଙ୍କର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା କିନ୍ତୁ ଯେତେବେଳେ ପୋଲିସ ତାଙ୍କୁ ହୈଲଟ ହସ୍ପିଟାଲକୁ ନେଇଗଲେ ବିମଳେଶଙ୍କର ମୃତ୍ୟୁ ହୋଇଗଲା ।

ସୂଚନା ମୁତାବକ, ଇନକମ୍ ଟ୍ୟାକ୍ସ ଅଫିସର ବିଳେଶ କୁମାରଙ୍କ ଦେଢ ବର୍ଷ ପୂର୍ବରୁ ହିଁ କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇସାରିଥିଲା । ହସ୍ପିଟାଲ ତାଙ୍କର ଡେଥ୍ ସାର୍ଟିଫିକେଟ୍ ମଧ୍ୟ ଦେଇସାରିଥିଲ । ଅନ୍ତିମସଂସ୍କାର ପାଇଁ  ତାଙ୍କୁ ଶ୍ମଶାନକୁ ବି ନିଆଯାଇଥିଲା । ହେଲେ ସେହି ସମୟରେ ବିମଳେଶଙ୍କୁ ହୋସ୍ ଆସିଯାଇଛି ବୋଲି କେହି ସମ୍ପର୍କୀୟ କହିଥିଲେ । ଏବଂ ତାଙ୍କ ମୃତଦେହକୁ ଘରକୁ ନେଇଆସିଥିଲେ । ସେହି ଦିନଠୁ ବିଳେଶଙ୍କୁ ମୃତଦେହକୁ ପରିବାର ଲୋକେ ଘରେ ରଖିଥିଲେ । ଏକ ସ୍ୱତନ୍ତ୍ର ଉପାୟରେ ବିମଳେଶଙ୍କ ମୃତଦେହକୁ କପଡାରେ ଗୁଡାଇ ରଖାଯାଇଥିଲା । ତାଙ୍କ ସହ ଜୀବନ୍ତଙ୍କ ଭଳି ବ୍ୟବହାର କରୁଥିଲେ ତାଙ୍କ ମା’ । ଯିଏ ପଚାରୁଥିଲା ବିମଳେଶ କୁମାର କୋମାରେ ଅଛନ୍ତି ବୋଲି କହୁଥିଲେ ।

ହେଲେ ଦିନେ ଆୟକର ବିଭାଗ ପକ୍ଷରୁ ଯାଞ୍ଚ ପାଇଁ ବିଭାଗୀୟ ଅଧିକାରୀମାନେ ବିଳେଶଙ୍କ ଘରକୁ ଆସିଥିଲେ । ଏବେଯାଏଁ ତାଙ୍କ ମର ଶରୀରକୁ ଘରେ ରଖାଯାଇଥିବା ଦେଖି ଅଧିକାରୀମାନେ ଚମକି ପଡିଥିଲେ । ଏହି ଖବର ଖେଳିଯିବା ପରେ ଆଜମଗଡ ଥାନାଧ୍ୟକ୍ଷଙ୍କୁ ନେଇ ପହଞ୍ଚିଥିଲେ ସ୍ୱାସ୍ଥ୍ୟ ବିଭାଗ ଟିମ୍ । ଏବଂ ବିମଳେଶଙ୍କ ଶବକୁ ହସ୍ପିଟାଲ ନେଇଯାଇଥିଲେ ।