କନକ ବ୍ୟୁରୋ : ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ନିଆରା ବାହାଘର ଘଟଣା । ଅନଲାଇନରେ ସଂପନ୍ନ ହୋଇଛି ବିବାହ । ହଜାର କିଲୋମିଟର ଦୂର ଜର୍ମାନୀରେ ବର ଥିବା ବେଳେ କନିଆ କାନପୁରରେ ରୁହନ୍ତି । ଉଭୟଙ୍କ ମଧ୍ୟରେ ଅନେକ ଦୂରତା ଥିବା ସତ୍ୱେ ବି ଅନଲାଇନ୍ ମାଧ୍ୟମରେ ପୂରା ରିତିନିତି ଅନୁଯାୟୀ ବିବାହ ସଂପନ୍ନ ହୋଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶର ବାସିନ୍ଦା ହାଜି ଫରହତଙ୍କ ଝିଅ ମଝିଆ ହୁସେନଙ୍କ ବିବାହ ଜର୍ମାନୀରେ ରହୁଥିବା ମହମ୍ମଦ ହସାନଙ୍କ ସହ ହୋଇଛି । ଏହି ବିବାହ ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଛି । ଦୁଇ ପକ୍ଷଙ୍କ ସମ୍ପର୍କୀୟ କାନପୁରରେ ହିଁ ରୁହନ୍ତି । ଉଭୟଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷର ସଂମ୍ପର୍କ ରହିଆସିଛି । ଅର୍ଥାତ୍ ବର ଓ କନିଆ ଉଭୟ ପରସ୍ପରକୁ ପିଲାଟି ବେଳୁ ଜାଣିଥିଲେ । ଉଭୟ ପରିବାରଙ୍କ ମଧ୍ୟରେ ସମ୍ପର୍କ ବି ଅତି ନିବିଡ । ତେଣୁ ପୁରୁଣା ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଉଭୟଙ୍କ ମଧ୍ୟରେ ବିବାହ ସ୍ଥିର କରାଯାଇଥିଲା । କିନ୍ତୁ ପୁଅ ନିଜ କାମରେ ଜର୍ମାନୀରେ ରହୁଥିବା ବେଳେ ଅନଲାଇନ୍ ମାଧ୍ୟମରେ ବାହାଘର କରିବା ପାଇଁ ସ୍ଥିର କରାଯାଇଥିଲା । ଅନଲାଇନରେ ଉଭୟ କୁବୁଲ୍ ହେ, କୁବୁଲ୍ ହେ, କୁବୁଲ୍ ହେ… କହିଥିଲେ । ବିବାହ ସଂପନ୍ନ ହେବା ପରେ ଏବେ ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି