କନକ ବ୍ୟୁରୋ : ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ନିଆରା ବାହାଘର ଘଟଣା । ଅନଲାଇନରେ ସଂପନ୍ନ ହୋଇଛି ବିବାହ । ହଜାର କିଲୋମିଟର ଦୂର ଜର୍ମାନୀରେ ବର ଥିବା ବେଳେ କନିଆ କାନପୁରରେ ରୁହନ୍ତି । ଉଭୟଙ୍କ ମଧ୍ୟରେ ଅନେକ ଦୂରତା ଥିବା ସତ୍ୱେ ବି ଅନଲାଇନ୍ ମାଧ୍ୟମରେ ପୂରା ରିତିନିତି ଅନୁଯାୟୀ ବିବାହ ସଂପନ୍ନ ହୋଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଉତ୍ତରପ୍ରଦେଶର ବାସିନ୍ଦା ହାଜି ଫରହତଙ୍କ ଝିଅ ମଝିଆ ହୁସେନଙ୍କ ବିବାହ ଜର୍ମାନୀରେ ରହୁଥିବା ମହମ୍ମଦ ହସାନଙ୍କ ସହ ହୋଇଛି । ଏହି ବିବାହ ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଛି । ଦୁଇ ପକ୍ଷଙ୍କ ସମ୍ପର୍କୀୟ କାନପୁରରେ ହିଁ ରୁହନ୍ତି । ଉଭୟଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷର ସଂମ୍ପର୍କ ରହିଆସିଛି । ଅର୍ଥାତ୍ ବର ଓ କନିଆ ଉଭୟ ପରସ୍ପରକୁ ପିଲାଟି ବେଳୁ ଜାଣିଥିଲେ । ଉଭୟ ପରିବାରଙ୍କ ମଧ୍ୟରେ ସମ୍ପର୍କ ବି ଅତି ନିବିଡ । ତେଣୁ ପୁରୁଣା ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଉଭୟଙ୍କ ମଧ୍ୟରେ ବିବାହ ସ୍ଥିର କରାଯାଇଥିଲା । କିନ୍ତୁ ପୁଅ ନିଜ କାମରେ ଜର୍ମାନୀରେ ରହୁଥିବା ବେଳେ ଅନଲାଇନ୍ ମାଧ୍ୟମରେ ବାହାଘର କରିବା ପାଇଁ ସ୍ଥିର କରାଯାଇଥିଲା । ଅନଲାଇନରେ ଉଭୟ କୁବୁଲ୍ ହେ, କୁବୁଲ୍ ହେ, କୁବୁଲ୍ ହେ... କହିଥିଲେ । ବିବାହ ସଂପନ୍ନ ହେବା ପରେ ଏବେ ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି