କାନପୁର ସୁଟଆଉଟର ମୋଷ୍ଟୱାଂଟେଡ ବିକାଶ ଦୁବେର ଦୁଇ ସହ ଯୋଗୀ ପୁଲିସ ଗୁଳିରେ ମୃତ : କାନପୁରରେ ଜଣେ ଓ ଇଟାୱାରେ ଦୁଇଜଣଙ୍କୁ ଏନକାଂଉଟର କଲା ୟୁପି ପୁଲିସ

284

କନକ ବ୍ୟୁରୋ : କାନପୁର ସୁଟଆଉଟର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ଏନକାଉଁଟର କରିଛି ପୁଲିସ । ଗ୍ୟାଙ୍ଗଷ୍ଟର ବିକାଶର ସହଯୋଗୀ ରଣବୀର ଶୁକ୍ଲା ଓ ପ୍ରଭାତ ମିଶ୍ର ପୁଲିସ ଗୁଳିରେ ନିହତ ହୋଇଛନ୍ତି । ପୁଲିସ କଷ୍ଟଡିରୁ ଫେରାର ହେବା ବେଳେ କାନପୁର ହାଇୱେରେ ପ୍ରଭାତ ମିଶ୍ରକୁ ଏବଂ ଇଟାୱାରେ ରଣବୀର ଶୁକ୍ଲାକୁ ଏନକାଉଁଟର କରିଛି ଉତରପ୍ରଦେଶ ପୁଲିସ । ଗତକାଲି ଫରିଦାବାଦରୁ ପ୍ରଭାତକୁ ଗିରଫ ପରେ କୋର୍ଟରେ ହାଜର କରି ରିମାଣ୍ଡରେ କାନପୁରକୁ ରାତିରେ ଅଣାଯାଉଥିଲା । ରାସ୍ତାରେ ପ୍ରଭାତ ଇନସ୍ପେକ୍ଟରଙ୍କ ରାଇଫଲ ଛଡାଇ ଫେରାର ହେଉଥିବା ବେଳେ ଏନକାଉଂଟର କରିଥିବା ପୁଲିସ କହିଛି । ସେହିପରି ଗତରାତିରେ ମହେୱା ରାଜରାସ୍ତାରୁ ବନ୍ଧୁକ ମୁନରେ ଏକ ସୁଇଫ୍ଟ ଡିଜାୟର ଲୁଟ କରିଥିଲା ରଣବୀର ଶୁକ୍ଲା ।

ଏହି ଖବର ପାଇବା ପରେ ଆକ୍ସନକୁ ଆସିଥିଲା ୟୁପି ପୁଲିସ । ଡିଜାୟରକୁ ପିଛା କରି କାଚୁରା ରୋଡ ନିକଟରେ ରଣବୀରକୁ ପୁଲିସ ଘେରାଉ କରିଥିଲା । ଖସିିବାର ରାସ୍ତାନପାଇ ପୁଲିସ ଉପରେ ଗୁଳି ଚଲାଇଥିଲା ରଣବୀର ଆଉ ପୁଲିସର ପାଲଟା ଗୁଳି ମାଡରେ ରଣବୀର ଶୁକ୍ଲା ନିହତ ହୋଇଛି । ଗତକାଲି ହମିରପୁରରେ ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ଅମର ଦୁବେକୁ ଏନକାଉଁଟର କରାଯାଇଥିଲା । ଏହାକୁ ମିଶାଇ ବିକାଶ ଦୁବେର ମୋଟ ୫ ସହଯୋଗୀଙ୍କୁ ଏନକାଉଁଟର କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ ହୋଇଛନ୍ତି । ହେଲେ ଏବେ ବି ବିକାଶ ଦୁବେ କେଉଁଠି ରହିଛି ତାର ଟେର ପାଉନି ଉତରପ୍ରଦେଶ ପୁଲିସ ।

Comments are closed.