ବଢୁଛି ଜିକା ଭାଇରସ୍ ଭୟ । ଗୋଟିଏ ଦିନରେ ୩୦ମାମଲା

87

କନକ ବ୍ୟୁରୋ : ଦେଶରୁ କରୋନା ଭାଇରସ୍ ଯାଇନଥିବା ବେଳେ ବଢିବାରେ ଲାଗିଛି ଜିକା ଭାଇରସ୍ ଭୟ । ଗତ କିଛି ଦିନ ହେବ କାନପୁରରେ ଜିକା ଭାଇରସର ମାମଲା ବଢି ବଢି ଚାଲିଛି । ଗତ ୨୪ଘଣ୍ଟାରେ ସାମ୍ନାକୁ ଆସିଛି ୩୦ଟି ଜିକା ଭାଇରସ୍ ମାମଲା । ସେଥି ମଧ୍ୟରୁ ୧୦ଜଣ ମହିଳା ଥିବା ବେଳେ ୨୦ଜଣ ପୁରୁଷ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୬କୁ ଛୁଇଁଛି । ଯାହା ଲୋକଙ୍କ ଚିନ୍ତା ବଢାଇ ଦେଇଛି ।
ତେବେ ଏହି ରୋଗ ମଶାଙ୍କ ଦ୍ୱାରା ବ୍ୟାପୁଥିବାରୁ ଚିନ୍ତା ଦୁଇଗୁଣିତ ହୋଇଯାଇଛି । ଏଥିରେ ପୁରୁଷମାନେ ଅଧିକ ସଂକ୍ରମିତ ହେଉଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଜିକା ଭାଇରସରେ ସଂକ୍ରମିତ ୬୦ ମାମଲା ମଧ୍ୟରୁ ୪୫ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ୨୧ ରହିଛି ।
ଜିକା ଭଇରସ ମାମଲା କାନପୁରରେ ବୃଦ୍ଧି ପାଇବା ପରେ ସକ୍ରିୟ ହୋଇଯାଇଛି । ଘରେ ଘରେ ପହଞ୍ଚି ଲୋକଙ୍କ ନମୁନା ସଂଗ୍ରହ କରିବା ସହ ଲୋକଙ୍କ ଉପରେ କଡା ନଜର ରଖିଛନ୍ତି ସ୍ୱାସ୍ଥ୍ୟବିଭାଗର ଅଧିକାରୀ । ସେପଟେ ଏହି ଭାଇରସ୍ ଯେପରି ଅଧିକ ମାତ୍ରାରେ ନବ୍ୟାପୁ ସେନେଇ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସ୍ୱାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି