ସୁଶାନ୍ତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା : ସୁଶାନ୍ତଙ୍କ ପରେ ସୁଶୀଲ୍ , କନ୍ନଡ଼ ଜଗତର ଲୋକପ୍ରିୟ ଟେଲି କଳାକାର ସୁଶୀଲ୍ ଗୌଡ଼ାଙ୍କ ଫାଶୀ ଲଗାଇ ଆତ୍ମହତ୍ୟା । 

1,552

ବର୍ଷ ୨୦୨୦ କୁ ବର୍ତ୍ତମାନ ସିନେ ଜଗତରେ ଅଶୁଭ ବର୍ଷ ବୋଲି ଲୋକେ କହିବାକୁ ଆରମ୍ଭ କଲେଣି । ଲଗାତାର ଗୋଟିଏ ପରେ ଗୋଟିଏ କଳାକାର ମୃତ୍ୟୁ , ଆତ୍ମହତ୍ୟା ଦେଖିଲାଣି ଫିଲ୍ମ ଇଣ୍ଡଷ୍ଟ୍ରି । ବଲିଉଡର ଅନେକ ଚର୍ଚ୍ଚିତ ମୁହଁ ଇରଫାନ୍ ଖାନ୍ , ଋଷି କପୁର୍ , ୱାଜିଦ୍ ଖାନ୍ , ସରୋଜ୍ ଖାନ୍ , ଜଗଦିପଙ୍କ ଭଳି ଭେଟେରାନ୍ କଳାକାରଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ଏହି ଭିତରେ ଆଉ ଜଣେ କନ୍ନଡ଼ ଟିଭି କଳାକାର ସୁଶୀଲ୍ ଗୌଡ଼ାଙ୍କ ଆତ୍ମହତ୍ୟା ଖବର ଆସିଛି । ଅଭିନେତା ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କଥା କୁହାଯାଉଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

୩୦ ବର୍ଷୀୟ ସୁଶୀଲ୍ କର୍ଣ୍ଣାଟକରେ ରୁହନ୍ତି । କନ୍ନଡ଼ ଟେଲି ଜଗତର ରୋମାଣ୍ଟିକ୍ ଏବଂ ଲୋକପ୍ରିୟ ସିରିଏଲ୍ ଅନ୍ତପୁରାରେ ସେ ଲିଡ଼୍ ଆକ୍ଟର ଚରିତ୍ର ନିଭାଉଥିଲେ । ସେ ଜଣେ ଫିଟନେସ୍ ଟ୍ରେନର୍ ମଧ୍ୟ ଥିଲେ । ଟେଲିରୁ ସେ ଚଳିତବର୍ଷ ସିନେ ଜଗତରେ ପାଦ ଥାପିଥାନ୍ତେ । ତାଙ୍କର ଆଗାମୀ ସିନେମା ‘ସଲାଗା’ ରେ ସେ ପୋଲିସ୍ ଅଫିସର୍ ରୁପରେ ନଜର ଆସିଥାନ୍ତେ । ତାଙ୍କର ଏଭଳି ଆତ୍ମହତ୍ୟା କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଫ୍ୟାନ୍ସକୁ ବି ଦୁଃଖି କରିଛି ।