କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଆଜି ଶେଷକୃତ୍ୟ । ରାଷ୍ଟ୍ରିୟ ମର୍ଯ୍ୟାଦା ସହ ବିଦାୟୀ ।

179

କନକ ବ୍ୟୁରୋ: ଆଜି ସକାଳ ୬ଟା ସମୟରେ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ପାର୍ଥିବ ଶରୀରକୁ ବେଙ୍ଗାଳୁରୁ କାନ୍ତିରାଭା ଷ୍ଟୁଡିଓକୁ ନିଆଯାଇଥିଲା । ସେଠାରେ ସାମୁହିକ ଦର୍ଶନ ପରେ ରାଷ୍ଟ୍ରିୟ ମର୍ଯ୍ୟାଦା ଦିଆଯିବା ପରେ ଅନ୍ତ୍ୟେଷ୍ଟି କ୍ରିୟାର ସମସ୍ତ ବିଧି କରାଯାଇଛି । ତେବେ ଶେଷକୃତ୍ୟର ସମସ୍ତ କାର୍ଯ୍ୟ ଦିନ ୧୧ଟା ସୁଦ୍ଧା ଶେଷ ହେବ ବୋଲି ସୂଚନା ରହିଛି । ଗତକାଲି ପୁନିତଙ୍କର ଶେଷକୃତ୍ୟ ହେବାକୁ ଥିଲେବି ଆମେରିକାରେ ରହୁଥିବା ତାଙ୍କ ଝିଅ ଠିକ ସମୟରେ ପହଞ୍ଚିପାରିନଥିଲେ । ତେଣୁ ସୂର୍ଯ୍ୟାସ୍ତ ପରେ ଶେଷକୃତ୍ୟ ହେବାର ବିଧି ନଥିବାରୁ ଏହି କାର୍ଯ୍ୟକୁ ରବିବାରକୁ ଘୁଞ୍ଚାଇଦିଆଯାଇଥିଲା । ପୁନିତଙ୍କ ବାପାଙ୍କ ସ୍ମାରକୀ ନିକଟରେ ହିଁ ପୁନିତଙ୍କର ଶେଷକୃତ୍ୟ ହୋଇଛି ।

 

ପୁନିତଙ୍କ ଶେଷ ଦର୍ଶନ ପାଇଁ କାନ୍ତରଭା ଷ୍ଟାଡିୟମ୍ରେ ତାଙ୍କ ମରଶରୀର ରଖାଯାଇଥିଲା । ଗତକାଲି ସଂଧ୍ୟାରୁ ଷ୍ଟାଡିୟମ୍ରେ ତାଙ୍କ ମରଶରୀର ରଖାଯାଇଛି । ପୁନିତଙ୍କୁ ଶେଷ ଥର ପାଇଁ ଦେଖିବାକୁ ଷ୍ଟାଡିୟମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛନ୍ତି । ଷ୍ଟାଡିୟମ୍ରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ଅନ୍ୟ ନେତାଙ୍କ ସହ ସିନେ ଜଗତର ଅଧିକାଂଶ କଳାକର ଉପସ୍ଥିତ ଅଛନ୍ତି । ସୁରକ୍ଷା ଦୃଷ୍ଟିରୁ ୬ ହଜାରରୁ ଅଧିକ ପୋଲିସ କର୍ମୀ ଓ ୪୦ କେଏସ୍ଆରପି ପ୍ଲାଟୁନ୍ ସୁତୟନ ହୋଇଛନ୍ତି ।