ଜିମରେ ବ୍ୟାୟାମ କରୁ କରୁ ହଠାତ ହେଲା ହୃଦଘାତ: ୪୬ବର୍ଷ ବୟସରେ ଆରପାରିକୁ ଚାଲିଗଲେ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାର

180

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ସକାଳେ କରିଥିଲେ ଟ୍ୱିଟ୍, ଆଉ ଅପରାହ୍ନରେ ଛାଡିଦେଲେ ଦୁନିଆ । ସାଉଥ ସୁପରଷ୍ଟାର ତଥା କନ୍ନଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କଳାକାର ପୁନୀତ ରାଜକୁମାର ଆଉ ଆମ ଗହଣରେ ନାହାଁନ୍ତି । ୪୬ ବର୍ଷ ବୟସରରେ ହୃଦଘାତ ଜନୀତ ଅକାଳ ବିୟୋଗ ଘଟିଛି ପୁନୀତ ରାଜକୁମାରଙ୍କର । ଆଉ ଏହି ଖବରରେ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ଅଗଣିତ ପ୍ରଶଂସକ ।

ଆରପାରିରେ ସାଉଥ ସୁପରଷ୍ଟାର ପୁନୀତ ରାଜକୁମାର । ହୃଦଘାତରେ ମୃତ୍ୟୁବରଣ କରିଛନ୍ତି କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାର । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳୁ ଜିମ୍ରେ ବାୟାମ କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଅଭିନେତା ପୁନୀତ । ଆଉ ତୁରନ୍ତ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ଆଇସିୟୁରେ ତାଙ୍କୁ ଭର୍ତି କରାଯାଇଥିବାବେଳେ ସେଠାରେ ପୁନୀତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାତ୍ର ୪୬ ବର୍ଷ ବୟସରଙ୍କ ପୁନୀତଙ୍କ ଏଭଳି ଅକାଳ ବିୟୋଗ ତାଙ୍କ ପରିବାର ଏବଂ ତାଙ୍କ ଅଗଣିତ ପ୍ରଶଂସକ ଭାଙ୍ଗି ପଡିଛନ୍ତି । (ଲା-୧୯) ହସ୍ପିଟାଲ ବାହାରେ ପ୍ରଶଂସକଙ୍କ ଗହଳି ଦେଖିବାକୁ ମିଳିଛି । ନିଜ ପ୍ରିୟ କଳାକାର ଏତେ କମ୍ ବୟସରଙ୍କ ଛାଡି ଚାଲିଯିବେ ତାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି କନ୍ନଡ ଚଳଚିତ୍ରପ୍ରେମୀ । ପୁନୀତଙ୍କ ପରଲୋକରେ ଅଭିନେତା ସୋନୁ ସୁଦ୍ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି । ସୋନୁ ସବୁବେଳେ ପୁନୀତଙ୍କୁ ମନେ ପକାଇବେ ବୋଲି ଲେଖିଛନ୍ତି ।

ସକାଳ ୮ ଟାରେ ଶେଷ ଥର ପାଇଁ ପୁନିତ ନୁଆ ଫିଲ୍ମ ବଜରଂଗୀ-୨ ର ପୁରା ଟିମକୁ ଅଭିନନ୍ଦନ ଜଣାଇଥିଲେ । ୧୯୮୫ ମସିହାର ଫିଲ୍ମ ‘ବେଟ୍ଟାଡ୍ଡା ହୋବୁ’ରୁ ଲୋକପ୍ରିୟତା ହାସଲ କରିଥିଲେ ପୁନୀତ । ସିନେମା ପାଇଁ ଜାତୀୟ ଚଳଚ୍ଚିତ୍ର ସମ୍ମାନ ମଧ୍ୟ ହାତେଇଥିଲେ । ପାୱାର, ଅଭି, ଚକ୍ରବ୍ୟୁହ, ରାମ, ପରି ଅନେକ ହିଟ ଚଳଚ୍ଚିତ୍ର ଭେଟିଦେଇଛନ୍ତି ପୁନୀତ । ଉଭୟ ଆକ୍ସନ ଓ ରୋମାଂଟିକ ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇ ଫ୍ୟାନମାନଙ୍କୁ ବାନ୍ଧି ରଖିଥିଲେ । ୪୬ ବର୍ଷୀୟ କନ୍ନଡ ସୁପରଷ୍ଟାରଙ୍କ ଅକାଳ ବିୟୋଗରେ ଫିଲ୍ମଜଗତରେ ଶୋକର ଛାୟା ଖେଳିଯାଇଛି ।