ସାଉଥ୍ ଅଭିନେତା ପୁନିଥ୍ ରାଜକୁମାରଙ୍କ ଦେହାନ୍ତ, ଟ୍ୱିଟ୍ ଯୋଗେ ସୂଚନା ଦେଲେ କ୍ରିକେଟର ଭେଙ୍କଟେଶ ପ୍ରସାଦ

754

କନକ ବ୍ୟୁରୋ : କନ୍ନଡ ସିନେ ଅଭିନେତା ପୁନୀଥ ରାଜକୁମାରଙ୍କର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ତାଙ୍କୁ ହୃଦଘାତ ହେବାପରେ ବେଙ୍ଗାଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ୪୬ ବର୍ଷ ବୟସରେ ଏହି ଅଭିନେତା ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏନେଇ ଭେଙ୍କଟେଶ ଲେଖିଛନ୍ତି କି “ଏହା କହିବାକୁ ଦୁଃଖ ଲାଗୁଛି କି ଅଭିନେତା ପୁନୀଥ୍ ରାଜକୁମାର ଆଉ ଦୁନିଆରେ ନାହାଁନ୍ତି, ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକମାନଙ୍କୁ ମୁଁ ସମବେଦନା ଜଣାଉଛି” ସୂଚନା ଥାଉକି ପୁନୀଥ ପ୍ରସିଦ୍ଧ ଅଭିନେତା ରାଜକୁମାର ଓ ପ୍ରଭାଥମ୍ମାଙ୍କ ପୁଅ ଥିଲେ । ସେ ୨୯ ଟି ରୁ ଅଧିକ କନ୍ନଡ ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ ।

କହିରଖୁ କି ପୁନୀଥଙ୍କୁ ସାରା ଦେଶର ଲୋକେ ଅପ୍ପୁ ବୋଲି ଜାଣିଥିଲେ । ୨୦୦୨ ରେ ସେ ଅଭିନୟ କରିଥିବା ଏକ ସିନେମାରେ ସେ ଅପ୍ପୁ ଚରିତ୍ରରେ ଅଭିନୟ କରି ବେସ୍ ପ୍ରଶଂସା ସାଉଁଟି ଥିଲେ । ତାଙ୍କ ଅଭିନୀତ ସିନେମା ମଧ୍ୟରେ ଅଭି, ବୀରା କନ୍ନଡିଗର,ଅଜୟ, ଅରାଶୁ, ରାମ,  କନ୍ନଡ ସିନେମା ଜଗତରେ ବେସ୍ ସଫଳ ହୋଇଥିଲା ।