କନକ ବ୍ୟୁରୋ: ଛତିଶଗଡ କାଙ୍କେରରେ ଯବାନ୍ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଠାରେ ଚାଲିଥିବା ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ହୋଇଥିବାବେଳେ ଜଣେ ଯବାନଙ୍କ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି ।