ପୁଣି ମନ ଜିଣିଲା କନିକା କପୁରଙ୍କ ଗାୟିକୀ : ଆସିଲା ଡ୍ୟାନ୍ସ ସଙ୍ଗ ଚିଟର୍ ମୋହନ୍ । ୟୁଟ୍ୟୁବରେ ବଢିଲା ଦର୍ଶକଙ୍କ ସଂଖ୍ୟା

48

ବେବି ଡଲ୍ ଗୀତ ଗାଇ ଚହଳ ସୃଷ୍ଟି କରିଥିବା ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁର, କମବ୍ୟାକ୍ ଆଉ ଏକ ଧମାକେଦାର୍ ଗୀତ ସହିତ । ଏହି ଗୀତର ଟାଇଟଲ୍ ରହିଛି ‘ଚିଟର୍ ମୋହନ୍’ । ଗୀତ ଜରିଆରେ ପୁଣିଥରେ ନିଜ ଫ୍ୟାନମାନଙ୍କୁ ଏଂଟରଟେନ୍ କରିବା ପାଇଁ ଚେଷ୍ଟା କରିଛନ୍ତି କନିକା ।

 

ପୁଣିଥରେ ନିଜ ଗାୟିକୀରେ ସମସ୍ତଙ୍କୁ ମତୁଆଲା କରିବା ପାଇଁ କମବ୍ୟାକ କରିଛନ୍ତି ବେବି ଡଲ ମାନେ ସମସ୍ତଙ୍କର ପ୍ରିୟ ଫ୍ୟାସନ ଆଇକନ, ଗୀତିକାର ତଥା କଣ୍ଠଶିଳ୍ପୀ କନିକା କପୁର । ନିଜ ସ୍ୱରର ଯାଦୁରେ ସମସ୍ତଙ୍କୁ ଦିୱାନା କରିଥିବା ଏହି ଗାୟିକା ଏବେ ଏକ ନୂଆ ଗୀତରେ କରିଛନ୍ତି କମାଲ । କନିକାଙ୍କର ସ୍ୱରରେ ଆସିଥିବା ଏହି ନୂଆ ଗୀତଟି ହେଊଛି ଚିଟର ମୋହନ । ଏହି ଗୀତକୁ ଲେଖିଛନ୍ତି ସବିର ଏହମଦ୍ । ଏଥିରେ ଚମତ୍କାର ର‌୍ୟାପ କମ୍ବିନେସନ ଦେଇଛନ୍ତି ର‌୍ୟାପର ଇକ୍କା । ଗୀତଟିକୁ ପୁରାପୁରି ର‌୍ୟାପ ଷ୍ଟାଈଲରେ ଲେଖାଯାଇଛି ଏବଂ ସେଥିରେ କନିକାଙ୍କ ଗାୟିକୀ ଏହାକୁ କରିଦେଇଛି ଆହୁରି ବେମିସାଲ । ଏବେ ଏହି ଗୀତଟିକୁ ଅନେକ ଲୋକ ଶୁଣୁଥିବା ବେଳେ ଏହାକୁ ୟୁଟ୍ୟୁବରେ ଭରପୁର ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । କନିକା କପୁର ଏଥିରେ ନିଜେ ଅଭିନୟ କରିଛନ୍ତି । କନିକା ନିଜ ଡିଫରେଂଟ ଗାୟିକୀ ଜରିଆରେ ସବୁବେଳେ ହିଟ୍ ହେଇପାରିଛନ୍ତିି । ତାଙ୍କର ଅନେକ ସୁପରହିଟ୍ ଗୀତ ଗୁଡିକ ଆଜି ବି ସମସ୍ତଙ୍କ ମନରେ ରହିଛି । ବେବି ଡଲ, ସୁପର ଗାର୍ଲ ଫର ଚାଇନା, ଟୁକଟୁକ ତୁତିଆ, ଦେଶି ଲୁକ ଭଳି ଅନେକ ହିଟ ଗୀତ ଭେଟି ଦେଇ ସମସ୍ତଙ୍କର ପ୍ରିୟ ସିଂଗର ହେଇପାରିଛନ୍ତି କନିକା । ଆଉ ଏବେ ପୁଣିଥରେ ନିଜ କମାଲ୍ ଦେଖାଇଛନ୍ତି କନିକା ।