ସୁସ୍ଥ ଜୀବନ ଅପେକ୍ଷାରେ କୁନି ପୁଅ କହ୍ନେଇ । ଅସହାୟ ଅସୁସ୍ଥ କହ୍ନେଇ ସଂପର୍କରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ଚନ୍ମୟ ପାତ୍ର । ଚିକିତ୍ସା ପାଇଁ ନିଜ ଖର୍ଚ୍ଚରେ ନେଲେ ମେଡିକାଲ

143

କନକ ବ୍ୟୁରୋ: ନିସହାୟ କହ୍ନେଇକୁ ସାହା ହେଲେ ରାଜା । ସରକାରଙ୍କୁ ସହୟାତା ଓ ଭଗବାନଙ୍କ ପାଖରେ ମୃତ୍ୟୁ ଭିକ୍ଷା କରୁଥିବା କୁନି ପୁଅକୁ ସୁସ୍ଥ କରିବା ପାଇଁ ଆଗକୁ ଆସିଛନ୍ତି ଜଣେ ସମାଜ ସେବୀ । ସରକାରୀ ସହାୟତା ନମିଳିଲେ ନାହିଁ କହ୍ନେଇକୁ ସୁସ୍ଥ କରିବା ପାଇଁ ନିଜ ଖର୍ଚରେ ଓଲଟପୁର ନିରତାରରେ ଭର୍ତି କରାଇଛନ୍ତି ସମାଜସେବୀ ଚିନ୍ମୟ ପାତ୍ର ଓରଫ ରାଜା । କନକ ନ୍ୟୁଜରୁ କହ୍ନେଇର ଯନ୍ତ୍ରଣା ଜରର୍ଜୀତ ଖବର ଜାଣିବା ପରେ କହ୍ନେଇ ପାଖରେ ପହଂଥିଲେ ଚିନ୍ମୟ । ଏହାପରେ ତାଙ୍କ ଘର ଲୋକଙ୍କ ସହ କଥା ହୋଇ ତାର ଚିକିତ୍ସା ପାଇଁ ପଦକ୍ଷେପ ନେଇଛନ୍ତି ସମାଜସେବୀ ଚିନ୍ମୟ ।

ରଖେ ହରି ତ ମାରେ କିଏ । ଏହି ପଙ୍କ୍ତିର ଯଥାର୍ଥତା ପ୍ରମାଣିତ ହୋଇଛି ନିସହାୟ କହ୍ନେଇ କ୍ଷେତ୍ରରେ । ଆଦିବାସୀ ସମ୍ପ୍ରଦାୟର ପିଲା କହ୍ନେଇ । ଭୂମିହୀନ ପରିବାର ସରକାରୀ ଯାଗାରେ ଝୁମ୍ପୁଡି କରି ରହୁଛନ୍ତି । ବାପ ଛେଉଣ୍ଡ ବଡ ପୁଅ କହ୍ନେଇ ମା ସହ ମିଶି ତୂଲାଉଛି ଆଠ ପ୍ରାଣୀ ପରିବାରର ବୋଝ। ତାସାଙ୍ଗକୁ ନିଜ ଗୋଡର ଯନ୍ତ୍ରଣା। ଗୋଡ ଯନ୍ତ୍ରଣା ସାଙ୍ଗକୁ ପରିବାର ଆର୍ଥିକ ଅନଟନ । ସଂଘର୍ଷ ପୂର୍ଣ୍ଣ ଜୀବନ ଭିତରେ ରୋଗ ଭଲ କରିବାର ଆଶା ମଉଳି ଯିବା ପରେ ଭଗବାନଙ୍କ ପାଖରେ ମୃତ୍ୟୁ ମାଗୁଥିଲା କହ୍ନେଇ । ଆମ କ୍ୟାମେରା ଆଗରେ ଦୁଃଖ କହୁ କହୁ ଭଗବାନଙ୍କ ଉପରେ ଅଭିମାନ କରୁଥିଲା କହ୍ନେଇ । ହେଲେ ଏବେ ତା ପାଇଁ ଦେବଦୂତ ସାଜିଛନ୍ତି ଚିନ୍ମୟ ଓରଫ ରାଜା।

ଚିନ୍ମୟ ପ୍ରଥମେ କହ୍ନେଇକୁ କଟକ ବଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଦେଖାଇା ପରେ ଓଲଟପୁର ସ୍ଥିତ ନିରତାରକୁ ନେଇଥିଲେ । ସେଠାରେ କହ୍ନେଇର ଗୋଡରୁ ମାଂସ କାଟିବା ପାଇଁ ଏକ ବିରଳ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି କରାଯାଉଛି । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ ହେବ । ସବୁ ଟଙ୍କା ଖର୍ଚ କରିବା ପାଇଁ ସମାଜସେବୀ ରାଜା ପ୍ରସ୍ତୁତ ଥିବା ବେଳେ ଡାକ୍ତରମାନେ ମଧ୍ୟ ଏହି ଅସ୍ତ୍ରୋପଚାରକୁ ନେଇ ବେଶ ଆଗ୍ରହୀ ଅଛନ୍ତି । ସେପଟେ କହ୍ନେଇର ଆଶୁ ଆରୋଗ୍ୟ କାମନା କରି ସେ ପଢୁଥିବା ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ନିକଟରେ ପିସିସି ସଭାପତି ନିରଜଂନ ପଟ୍ଟନାୟକ ନିରତାର ଯାଇ କହ୍ନେଇକୁ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଦୀର୍ଘ ଦିନରୁ ସ୍ନାୟୁ ଜନିତ ନ୍ୟୁରୋଫାବ୍ରାମେଟିକ୍ସ ରୋଗରେ ପୀଡିତ କୁନି ପୁଅ କହ୍ନେଇ । କନକ ନ୍ୟୁଜରେ କହ୍ନେଇର ଯନ୍ତ୍ରଣା ଭରା କାହାଣୀ ପରିବେଷଣ ହେବା ପରେ ସମାଜସେବୀ ଚିନ୍ମୟଙ୍କ ସହଯୋଗରେ ଏକ ନୂଆ ଜୀବନ ଅପେକ୍ଷାରେ କହ୍ନେଇ ।