କନକ ବ୍ୟୁରୋ : କପଡା ସିଲେଇ ବାହାନାରେ ଦରଜି କହ୍ନୈୟା ଲାଲଙ୍କୁ ନୃଶଂସ ଭାବେ କରାଯାଇଛି ହତ୍ୟା । ରାଜସ୍ଥାନ ଉଦୟପୁରର ଏହି ଘଟଣାଟି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାକାରୀ ଗ୍ରାହକ ବେଶରେ ଆସି ଟେଲର କହ୍ନୈୟା ଲାଲଙ୍କୁ କରିଥିଲେ ହତ୍ୟା । ରାଜସ୍ଥାନ ଉଦୟପୁର, ଭୁତମହଲ ଅଂଚଳରେ ସୁପ୍ରିମ ଟେଲର ନାମକ ଦୋକାନ ରହିଥିଲା ତାଙ୍କର । ମଙ୍ଗଳବାର ଅପରାହ୍ଣରେ ୨ ହତ୍ୟାକାରୀ ରିଆଜ୍ ଓ ମହମ୍ମଦ ଗୋସ୍, ଗ୍ରାହକ ଭାବେ କହ୍ନୈୟାଙ୍କ ସିଲେଇ ଦୋକାନକୁ ଆସିଥିଲେ । କହ୍ନୈୟାଙ୍କୁ ସେମାନଙ୍କ ମାପ ନେବାପାଇଁ କହିଥିଲେ ।

Advertisment

ମାପ ଟେପ୍ ଧରି କହ୍ନୈୟା ଯେତେବେଳେ ମାପ ନେଉଥିଲେ ଏହିସମୟରେ ଖଣ୍ଡାରେ କହ୍ନୈୟାଙ୍କ ବେକକୁ ନୃଶଂସ ଭାବେ କାଟିଦେଇଥିଲେ । ଯେତେବେଳେ ଜଣେ କହ୍ନୈୟାଙ୍କୁ ହତ୍ୟା କରୁଥିଲେ, ସେତେବେଳେ ତାଙ୍କ ସହ ଥିବା ଅନ୍ୟ ଜଣଙ୍କ ହତ୍ୟାକାଣ୍ଡର ଭିଡିଓ କରୁଥିଲେ । ହତ୍ୟାକାଣ୍ଡ ପରେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା କରିଥିଲେ ହତ୍ୟାକାରୀ ରିଆଜ୍ ଓ ମହମ୍ମଦ । ନୁପୂର ଶର୍ମାଙ୍କ ବିବାଦୀୟ ବୟାନଙ୍କୁ କହ୍ନୈୟା ସମର୍ଥନ କରିଥିବାରୁ ସେ ତାଙ୍କୁ ହତ୍ୟା କରିବା କଥା ଭିଡିଓରେ ସ୍ୱୀକାର ବି କରିଥିଲେ । ଏଥିସହ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ହତ୍ୟାର ଧମକ ଦେଇଥିଲେ ।

ଗ୍ରାହକ ବେଶରେ ହତ୍ୟାକାରୀ

- ରାଜସ୍ଥାନ ଉଦୟପୁରରେ ଦରଜି କହ୍ନୈୟାଲାଲଙ୍କୁ ନିର୍ମମ ହତ୍ୟା
- କପଡା ସିଲେଇ ବାହାନାରେ ଦୋକାନରେ ପଶିଥିଲେ ହତ୍ୟାକାରୀ
- ସିଲେଇ ପାଇଁ ମାପ ନେବାବେଳେ କହ୍ନୈୟାଙ୍କୁ କରିଥିଲେ ଆକ୍ରମଣ
- ଖଣ୍ଡାରେ କହ୍ନୈୟାଙ୍କ ବେକକୁ କାଟି ଦେଇଥିଲା ହତ୍ୟାକାରୀ
- ମାପ ନେବାକୁ କହି କାଟିଦେଲେ ତଣ୍ଟି
- କହ୍ନୈୟାଙ୍କୁ ହତ୍ୟା କରିବା ପରେ ମନରେ ନଥିଲା ଅବଶୋଷ
- ଖୁସି ଖୁସି ଦୋକାନରୁ ବାହାରି ଯାଇଥିଲେ ହତ୍ୟାକାରୀ

ହତ୍ୟାକଲେ, ଭିଡିଓ ଛାଡିଲେ

- ଦୁଇ ହତ୍ୟାକାରୀ ହେଲେ ରିଆଜ୍ ଓ ମହମ୍ମଦ ଗୋସ୍
- ଜଣେ ହତ୍ୟା କରୁଥିଲା ଅନ୍ୟଜଣେ ମୋବାଇଲରେ ଭିଡିଓ କରୁଥିଲା
- ଧର୍ମୀୟ ଅସହିଷ୍ଣୁତାରୁ କାଟିଦେଲେ ମଣିଷ ତଣ୍ଟି
- କହ୍ନୈୟାଙ୍କୁ ହତ୍ୟା କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡିଓ
- କହ୍ନୈୟାଙ୍କ ବେକ କାଟିଥିବା ଖଣ୍ଡାକୁ ଦେଖାଇ ହେଉଥିଲେ ଖୁସି
- ହସି ହସି କହିଥିଲେ ଇସଲାମକୁ ଅପମାନର ନେଲେ ପ୍ରତିଶୋଧ

ହତ୍ୟାକାରୀଙ୍କ ଆତଙ୍କୀ ଲିଙ୍କ

- କହ୍ନୈୟାଲାଲ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଛି ଏନଆଇଏ
- ହତ୍ୟାକାଣ୍ଡରେ ଜିହାଦୀ ସଙ୍ଗଠନର ସମ୍ପୃକ୍ତି ଥିବା ସୂଚନା
- ରିଆଜ୍ ଓ ମହମ୍ମଦ ମୁସଲିମ କଠୋରପନ୍ଥି ସଙ୍ଗଠନ ସହ ଜଡିତ
- ‘ଦାୱତ-ଇ-ଇସଲାମି’ ସଙ୍ଗଠନ ସହ ସମ୍ପୃକ୍ତ ଥିବା ସୂଚନା
- ‘ଦାୱତ-ଇ-ଇସଲାମି’ ପାକିସ୍ତାନ କରାଚିରୁ ପରିଚାଳିତ ହୁଏ
- ସୁନ୍ନି କଠୋରପନ୍ଥିଙ୍କୁ ନେଇ ପରିଚାଳିତ ହୁଏ ସଙ୍ଗଠନ
- ହତ୍ୟାକାଣ୍ଡ ପଛରେ ଏହି ସଙ୍ଗଠନର ସମ୍ପୃକ୍ତି ନେଇ ଚାଲିଛି ତଦନ୍ତ
- ଅନ୍ୟ ଆତଙ୍କୀ ସଙ୍ଗଠନର ଲିଙ୍କ ଥିବା ସନ୍ଦେହରେ ମଧ୍ୟ ତଦନ୍ତ
- କିଛି ଦିନ ପୂର୍ବରୁ ଆତଙ୍କୀ ସଙ୍ଗଠନ ଅଲକଏଦା ଦେଇଥିଲା ଧମକ

କହ୍ନୈୟାଲାଲ ହତ୍ୟାକାଣ୍ଡର ଘଟଣାକ୍ରମ

- ନୁପୁର ଶର୍ମାଙ୍କ ସମର୍ଥନରେ କହ୍ନୈୟାଙ୍କ ମୋବାଇଲରୁ ହୋଇଥିଲା ପୋଷ୍ଟ
- ଜୁନ୍ ପ୍ରଥମ ସପ୍ତାହରେ ଏହି ପୋଷ୍ଟ ହୋଇଥିବା ସୂଚନା
- ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସ୍ଥାନୀୟ ଲୋକେ କରିଥିଲେ ବିରୋଧ
- ୧୧ ଜୁନରେ ଥାନାରେ ଏତଲା କରିଥିଲେ ପଡୋଶୀ ନାଜିମ
- ଗିରଫ ହୋଇଥିଲେ କହ୍ନୈୟା ଏବଂ ଜାମିନରେ ମୁକୁଳିଲେ
- ୧୫ ଜୁନରେ ହତ୍ୟା ଧମକ ମିଳୁଥିବା ପୋଲିସକୁ ଜଣାଇଥିଲେ
- ୬ ଦିନ ପୂର୍ବରୁ ୮ ବର୍ଷର ପୁଅ ଭୁଲରେ ପୋଷ୍ଟ କରିଥିବା ଲେଖିଥିଲେ
- ମୋବାଇଲରେ ଗେମ୍ ଖେଳିବାବେଳେ ଭୁଲରେ ପୋଷ୍ଟ କରିଥିଲା ପୁଅ
- କହ୍ନୈୟାଙ୍କ ଅଭିଯୋଗକୁ ନେଇ ଉଭୟ ପକ୍ଷକୁ ବୁଝାଇଥିଲା ପୋଲିସ
- ୨୮ ଜୁନରେ ଦୋକନରେ ପଶି ହତ୍ୟା କରିଦେଲେ ରିଆଜ ଓ ମହମ୍ମଦ