କନକ ବ୍ୟୁରୋ: କଂଗ୍ରେସରେ ଯୋଗ ଦେବେ କହ୍ନେୟା କୁମାର । ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟ ବିଧାୟକ ଜିଗ୍ନେସ ମାୱାନି କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଅକ୍ଟୋବର ୨ ତାରିଖରେ ଆନୁଷ୍ଠାନିକ ଭାବରେ ଏମାନେ କଂଗ୍ରେସରେ ସାମିଲ ହୋଇପାରନ୍ତି । ଏଭଳି ଏକ ଆଶଙ୍କା ଏବେ ଜାତୀୟ ରାଜନୀତିରେ ଦେଖିବାକୁ ମିଳିଛି ।
ଗୋଟିଏ ସପ୍ତାହରେ ଲଗାତାର ଦୁଇଥର କହ୍ନେୟା କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କ।। ଗାନ୍ଧିଙ୍କୁ ଭେଟିବା ପରେ ଏହି ଆଶଙ୍କା ଏବେ ଚର୍ଚ୍ଚାକୁ ଆସିଛି । ସେହିପରି ରବିବାର ପଞ୍ଜାବର ନୂଆ ମୂଖ୍ୟମନ୍ତ୍ରୀଙ୍କ ଚୟନକୁ ନେଇ ରାହୁଲଙ୍କୁ ପ୍ରଶଂସା କରିଛନ୍ତି କହ୍ନେୟା । ପୂର୍ବତନ ଜେଏନୟୁ ଛାତ୍ର ସଂଘର ସଭାପତି କହ୍ନେୟା ୨୦୧୯ ରେ ବେଗୁସରାଇରୁ ସାଂସଦ ଭାବରେ ଲଢି ପରାସ୍ତ ହୋଇଥିଲେ । ତେବେ କହ୍ନେୟାଙ୍କୁ ଦଳ ଆଗାମୀ ଦିନରେ ବିହାରର ଚେହେରା କରିପାରେ ବୋଲି ଚର୍ଚ୍ଚା ହେଉଛି । ସେ ଜଣେ ଭଲ ବକ୍ତା ଭାବରେ ପରିଚିତ ଏବଂ କଂଗ୍ରେସ ନିଜର ପ୍ରଚାରର ପ୍ରମୁଖ ଚେହେରା ମଧ୍ୟ କରିପାରେ ବୋଲି ଅନୁମାନ କରାଯାଉଛି ।
ସେହିପରି ଦଳିତ ନେତା ଜିଗ୍ନେସଙ୍କୁ କଂଗ୍ରେସ ଗୁଜରାଟର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବାକୁ ଆଲୋଚନା ହୋଇଛି । ୨୦୨୨ ରେ ୭ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଜିଗ୍ନେଶଙ୍କ ସହାୟତାରେ ଦଳିତ ସମୁଦାୟର ବଡ ଭୋଟ ବ୍ୟାଙ୍କକୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି । କହ୍ନେୟାଙ୍କ ସହ ଅନେକ ସିପିଆଇ ନେତା ମଧ୍ୟ କଂଗେସକୁ ଫେରିବେ ବୋଲି କୁହାଗଲାଣି । ଯୁବ ଚେହେରା ତଥା ସିପିଆଇ ନେତା କହ୍ନେୟା ଓ ଜିଗ୍ନେଶଙ୍କ ସହାୟତାରେ କଂଗ୍ରେସ ଆଗାମୀ ଦିନରେ ବଡ ସଂଖ୍ୟାରେ ଯୁବପିଢିଙ୍କୁ ନିଜ ଦଳ ମୁହାଁ କରିବାକୁ ନଜର ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/will-fight-politically-legally-sedition-case-against-kanhaiya-kumar-cpi.jpg)