କେନ୍ଦୁଝରରେ କଙ୍ଗାରୁ କୋର୍ଟ-ନାବାଳିକାକୁ ଅପହରଣ ପରେ, ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ ।

84
କନକ ବ୍ୟୁରେ: କେନ୍ଦୁଝରରେ କଙ୍ଗାରୁ କୋର୍ଟ । ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ୟକ୍ତ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଘରୁ ଟାଣି ଆଣି ଗାଁ ମଝିରେ ଥିବା ଏକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି । ସୂଚନା ଅନୁସାରେ କାଲି ସନ୍ଧ୍ୟାରେ ଗାଁର ଜଣେ ନାବାଳିକା ପଡୋଶୀ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ବନ୍ଦ କରି ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ଉତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତକୁ ଘରୁ ଟାଣିଆଣି ଗାଁ କ୍ଲବ ପାଖ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ।