ସାମନ୍ଥା,ନାଗାଙ୍କ ଡିଭୋର୍ସକୁ ନେଇ କଙ୍ଗନାଙ୍ଗ ଟିପ୍ପଣୀ: କହିଲେ ଅମୀରଙ୍କ ଯୋଗୁଁ ହେଲା ଛାଡପତ୍ର

168
କନକ ବ୍ୟୁରୋ: ସାଉଥ୍ ସିନେମାର ଚର୍ଚ୍ଚିତ ଯୋଡି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପାଇଁ ଆଭିନେତା ଅମିର ଖାନଙ୍କ ଉପରେ ନିଶାନା ସାଧିଲେ କଙ୍ଗନା ରଣାୱତ୍ । ବଲିଉଡର ଛାଡପତ୍ର ଏକ୍ସପର୍ଟ ଅମୀରଙ୍କ ସଙ୍ଗତରେ ଆସିବାରୁ ଏହି ଦୁଇଜଣଙ୍କ ଛାଡପତ୍ର ହୋଇଥିବା କହିଛନ୍ତି କଙ୍ଗନା । ଏନେଇ ସୋସିଆଲ ମିଡିଆରେ ଏକ ବିସ୍ତୃତ ଲେଖାକୁ ପୋଷ୍ଟ କରିଛନ୍ତି କଙ୍ଗନା ।
ଇନଷ୍ଟାଗ୍ରାମରେ ଏହି ଛାଡପତ୍ରକୁ ନେଇ କଙ୍ଗନା ଲେଖିଛନ୍ତି ଯେ, ଯେତେବେଳେ କୌଣସି ଛାଡପତ୍ର ହୁଏ ଲୋକେ ସାଧାରଣତଃ ମହିଳାଙ୍କୁ ହିଁ ଦୋଷୀ ମାନନ୍ତି କିନ୍ତୁୁ ପ୍ରକୃତରେ ଏଥିରେ ପୁରୁଷଙ୍କର ହିଁ ଅଧିକ ଦୋଷ ଥାଏ । ଏକଥା ସମସ୍ତଙ୍କୁ ଋଢିବାଦୀ ଲାଗିପାରେ ହେଲେ ଏହା ସତ । ତେଣୁ ଅଯଥା ମହିଳାଙ୍କୁ ଦୋଷ ଦେବା ବନ୍ଦ କରିବା ସହ ତାଙ୍କ ଉପରେ ଦୟା କରିବା ମଧ୍ୟ ବନ୍ଦ କରନ୍ତୁ । କାରଣ ପୁରୁଷ ମାନେ କୌଣସି ମନୋହାରୀ ସାମଗ୍ରୀ ଭଳି ମହିଳାଙ୍କୁ ବଦଳାଇଥାନ୍ତି ଓ ପରେ ବିବାହ କରିବା ବଦଳରେ ନିଜର ଭଲ ସାଙ୍ଗ ବୋଲି କହି କଥା ସାରିଦିଅନ୍ତି । ଜଣେ ମହିଳାଙ୍କ ଭୁଲ ଥାଇପାରେ କିିନ୍ତୁ ସବୁ ମହିଳା ସେପରି ନୁହଁନ୍ତି ବୋଲି ପୋଷ୍ଟ କରିଛନ୍ତି କଙ୍ଗନା ।
ଏହାପରେ ସାମନ୍ଥା ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦର ସମୟକୁ ମଧ୍ୟ କଙ୍ଗନା ଗୁରୁତ୍ୱ ଦେଇଛନ୍ତି । ତାଙ୍କ କହିବା କଥା ଦୁହିଁଙ୍କ ମଧ୍ୟରେ ଏପରି ସମୟରେ ଡିଭୋର୍ସ ହୋଇଛି, ଯେଉଁ ସମୟରେ ନାଗା , ଅମୀରଙ୍କ ସହ ନିଜ ଫିଲ୍ମକୁ ନେଇ ବ୍ୟସ୍ତ । ରିଲିଜ୍ ଅପେକ୍ଷାରେ ଥିବା ‘ ଲାଲ ସିଂହ ଚଢ୍ଢା’ ଜରିଆରେ ବଲିଉଡରେ ପ୍ରବେଶ କରୁଛନ୍ତି ନାଗା ଚୈତନ୍ୟ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅମୀର ଖାନ୍ ।
ଡିଭୋର୍ସ ପୂର୍ବରୁ ସାମନ୍ଥା ଓ ନାଗା ପୋଷ୍ଟ କରି ନିଜ ଡିଭୋର୍ସ ବିଷୟରେ ନିଜ ଫ୍ୟାନ ମାନଙ୍କୁ ପୋଷ୍ଟ କରିଥିଲେ ।ଏହି ପୋଷ୍ଟରେ ସାମନ୍ଥା ଲେଖିଛନ୍ତି କି “ବହୁ ବିଚାର ବିମର୍ଶ ଓ ବୁଝି ବିଚାରି ମୁଁ ଓ ମୋ ସ୍ୱାମୀ ନାଗା ଚୈତନ୍ୟ ନିଜ ନିଜର ରାସ୍ତା ଅଲଗା କରିବାକୁ ନିଷ୍ପତ୍ତି ନେଇଛୁ, ଏବେ ଆମେ ନିଜପାଇଁ ବାଛିଥିବା ରାସ୍ତାରେ ଚାଲିବୁ, ମୁଁ ବହୁତ ଭାଗ୍ୟଶାଳୀ କି ବିଗତ ୧୦ ବର୍ଷ ଧରି ଆମେ ପରସ୍ପର ସହ ଜଣେ ଭଲ ବନ୍ଧୁ ଭାବେ ବଞ୍ଚିଥିଲୁ , ଏହି ଭଲ ବନ୍ଧୁରୁ ଆମେ ଆଗକୁ ଯାଇ ସ୍ୱାମୀ ଓ ସ୍ତ୍ରୀ ହୋଇପାରିଥିଲୁ , ଏହି ବନ୍ଧୁତ୍ୱର ସଂପର୍କ ମୋର ସବୁଦିନ ପାଇଁ ମନେ ରହିବ, ଆମେ ଆମର ପ୍ରଶଂସକ, ଶୁଭ ଚିନ୍ତକ ଓ ଗଣମାଧ୍ୟମକୁ ଅନୁରୋଧ କରୁଛୁ କି ଏଭଳି ଘଡିସନ୍ଧି ମୁହୂତ୍ତ୍ୱରେ ସେମାନେ ଆମକୁ ସହଯୋଗ କରିବେ ”
 ସାମନ୍ଥା ଓ ନାଗା ଚୈତନ୍ୟ ୨୦୧୦ ରେ ସାଉଥ୍ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେମାନେ ୨୦୧୭ ଅକ୍ଟୋବର ୬ ତାରିଖରେ ଗୋଆରେ ବିବାହ କରିଥିଲେ ।