ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କଙ୍ଗାରୁ କୋର୍ଟ  ।  ଲୋକଙ୍କୁ ନଜଣାଇ ଘର ଦ୍ୱାର ଭାଙ୍ଗିଲେ ଗାଁର ଲୋକ

127

କନକ ବ୍ୟୁରୋ : ଯୁଗ ବଦଳୁଛି । ହେଲେ ଲୋକଙ୍କ ମାନସିକତାର ପରିବର୍ତନ ହୋଇପାରୁନି । ଏବେ ବି ଗାଁ ଗହଳି ଗୁଡିକରେ ଅନ୍ଧିବିଶ୍ୱାସ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଚାଲିଛି ଅନ୍ଧାରୀ ଶାସନ । ବହୁ ନିରୀହ ଲୋକ ନିର୍ଯାତିତ ହେଉଛନ୍ତି । ହେଲ ଚୁପ୍ ବସିଛି ପ୍ରଶାସନ । ଏଇ ଯେମିତି ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କିଛି ଚିତ୍ର ସାମନାକୁ ଆସିଛି । ଗାଁରେ କଙ୍ଗାରୁକୋର୍ଟ କରି ଗାଁର ଗରିବଙ୍କ ଘରଦ୍ୱାର ଭାଙ୍ଗିଦିଆଯାଇଛି । ଲହୁୁଲୁହକୁ ଏକାଠି କରି ଘର ତିଆରି କରିଥିଲେ ବହୁ ଗରିବ । ହେଲେ ସରପଂଚଙ୍କ ଇସାରାରେ  ଗାଁର  କିଛି  ଲୋକ ହାତରେ ଠେଙ୍ଗା ଗେଡା, ଟାଙ୍ଗିଆ ଧରି ପରିବାର ସଦସ୍ୟ ମାନଙ୍କୁ ଧମକ ଚମକ ଦେଇ ଏକ କାଗଜରେ ଦସ୍ତଖତ କରାଇନେଇଥିଲେ । ତାପରେ ତାଙ୍କ ଘର ଗୁଡିକୁ ଭାଙ୍ଗି ଛାରଖାର କରିଦେଇଛନ୍ତି । ଆଉ ଏବେ ଖୋଲା ଆକାଶ ତଳେ ରହୁଛନ୍ତି ଏହି ନିରୀରହ ଗରିବ ଗାଁର ଲୋକେ । ବର୍ଷା ଶୀତ କାକରରେ ବାହାରେ ପଡିରହିଛନ୍ତି । ପୀଡିତ ପରିବାର ତହସିଲଦାରଙ୍କଠାରୁ ନେଇ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ବି ତାଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ।

ସରକାରଙ୍କ ଜାଗାରେ ଦୀର୍ଘ ବର୍ଷ ଘର କରି ରହିଆସୁଥିଲେ ବି କ’ଣ ପାଇଁ ଏହି କଙ୍ଗାରୁ କୋର୍ଟ କରାଗଲା । କଣ ପାଇର୍ ଗରିବଙ୍କ ଘର ଭାଙ୍ଗି ଛାର କରାଯାଇଛି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଅଭିଯୋଗ କରାଯାଇଥିଲେ ବି କଣ ପାଇଁ ସେମାନଙ୍କ ସମସ୍ୟା ଦୁଃଖ ପ୍ରଶାସନ ଶୁଣିପାରୁନି ।। ଯଦି ଘର ଭଙ୍ଗାଯିବାର ଥିଲା ନିୟମ ଅନୁସାରେ ନୋଟିସ୍ ଦିଆଯାଇ ଘର ଭଙ୍ଗାଯାଇଥାନ୍ତା । ହେଲେ ତାହା କରାନଯାଇ  ମନଇଚ୍ଛା ଘର ଭଙ୍ଗାଯାଇଛି  ଆଉ ଏବେ ଖୋଲା ଆକାଶତଳେ ବର୍ଷା ଶୀତରେ ପଡିରହିଛନ୍ତି ଲୋକେ ।

ଗାଁରେ କଙ୍ଗାରୁ କୋର୍ଟ କରି ଗରିବଙ୍କୁ ନିର୍ଯାତନା ଦିଆଯଉଛି । ଲୋକଙ୍କୁ ନଜଣାଇ ଘରଦ୍ୱାର ଭାଙ୍ଗି ବେସାହାରା କରିଦିଆଯାଉଛି । ଖୋଦ ସରପଂଚଙ୍କ ସମ୍ପୃକ୍ତି ରହୁଥିବା ବେଳେ ଏନେଇ ପ୍ରଶାସନ ଚୁପ୍ ନରହି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।