କନକ ବ୍ୟୁରୋ: କଙ୍ଗାରୁ କୋର୍ଟର ଅଜବ ନିଷ୍ପତ୍ତିି । ଗ୍ରାମସଭାର ନିଷ୍ପତ୍ତିକୁ ପ୍ରତିବାଦ କରିବାରୁ ୧୭ ପରିବାରର କ୍ଷେତରୁ ଧାନ କାଟି ନେଇଗଲେ ଗାଁ ଲୋକେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମାନ୍ତ କମାରପାଲି ଗାଁରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ । କୌଣସି କାରଣରୁ ଗାଁରେ ବସବାସ କରୁଥିବା ୧୭ ପରିବାରଙ୍କ ବିରୋଧରେ ନିଷ୍ପତି ନେଇଥିଲା ଗାଁ କମିଟି । ହେଲେ ନିଷ୍ପତ୍ତିିକୁ ୧୭ ପରିବାର ବିରୋଧ କରିବାରୁ ଗାଁ କମିଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସଂପୃକ୍ତ ପରିବାରଙ୍କ ଜମିରେ ଲାଗିଥିବା ଧାନକୁ ଶତାଧିକ ମହିଳାପୁରୁଷ ପଶି କାଟି ପକାଇଛନ୍ତି । ଆଉ ସେସବୁ ଧାନକୁ ଗାଁକୁ ନେଇ ଆସିଛନ୍ତି । ତେବେ ସର୍ତ ରଖି କହିଛନ୍ତି, ଗାଁ ସଭାର ନିଷ୍ପତିରେ ସହଯୋଗ କଲେ ଧାନ ଫେରାଇବେ । ନଚେତ୍ କଟା ଧାନକୁ ବିକ୍ରି କରିଦେବେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ଖବର ସାମନାକୁ ଆସିବା ପରେ ଘଟଣାସ୍ଥଳରେ ମାଥିଲି ପୋଲିସ ପହଞ୍ଚିି ଉଭୟ ପକ୍ଷଙ୍କୁ ବୁଝାବୁଝି କରିଛି । ତେବେ କେଉଁ କାରଣରୁ ଗାଁ ଲୋକେ ୧୭ ପରିବାର ବିରୋଧରେ ଯାଇ ଏପରି ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।