କନକ ବ୍ୟୁରୋ : ଭଦ୍ରକ କୃଷ୍ଣନଗରରେ କଙ୍ଗାରୁକୋର୍ଟ । ଆଇନକୁ ହାତକୁ ନେଲେ ମହିଳା ଗୋଷ୍ଠୀ । ଋଣ ନେଇ ସୁଝି ନପାରିବାରୁ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ବିଦ୍ୟୁତ ଖୁଣ୍ଟାରେ ବାନ୍ଧିଦେଲେ ସଂଘର ସଦସ୍ୟ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିର କୃଷ୍ଣନଗରରେ । ଏକ ଅର୍ଥଲଗାଣକାରୀ ସଂସ୍ଥାଠାରୁ କୃଷ୍ଣନଗରର ମହିଳା ଗୋଷ୍ଠୀ ଋଣ ନେଇଥିଲେ ।

Advertisment

ସେହି ମହିଳା ଗୋଷ୍ଠୀରେ ସଦସ୍ୟ ଥିବା ସେକ୍ ମହମ୍ମଦଙ୍କ ସ୍ତ୍ରୀ ମଧ୍ୟ ଋଣ ନେଇଥିଲେ । ମାତ୍ର କୌଣସି କାରଣରୁ ଅର୍ଥ ପରିଶୋଧ କରିପାରିନଥିଲେ । ଯେଉଁ କାରଣରୁ ସଂଘର ମହିଳାମାନେ ଏକାଠି ହୋଇ ସେକ୍ ମହମ୍ମଦଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସେକ୍ ମହମ୍ମଦ ଗାଳିଗୁଲଜ କରିବାକୁ ତାଙ୍କୁ ବାନ୍ଧିଥିବା କହିଛନ୍ତି ସଂଘର ମହିଳା । ତେବେ ଏ ସମ୍ପର୍କରେ ଚାନ୍ଦବାଲି ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।