କଙ୍ଗନାଙ୍କ ପୁଣି ବଢିଲା ଅଡୁଆ : ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର ଆଣିଲେ ମାନହାନୀ ଅଭିଯୋଗ, ଗଲେ କୋର୍ଟ  

ସାକ୍ଷାତକାର ବେଳେ ଜାଭେଦଙ୍କ ସମ୍ପର୍କରେ ଅଭିନେତ୍ରୀ ଦେଇଥିଲେ ଆପତିଜନକ ମନ୍ତବ୍ୟ

156

କନକ ବ୍ୟୁରୋ : ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢିପାରେ ଅଡୁଆ  । କଙ୍ଗନାଙ୍କ ବିରୋଧରେ ମୁମ୍ବାଇରେ ଏକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପ୍ରସିଦ୍ଧ ଗୀତକାର ଜାଭେଦ ଅଖତାର । ଏଥିରେ ଅଖତାର ଦର୍ଶାଇଛନ୍ତି, ନିଜର ଏକ ଇଂଟରଭ୍ୟୁରେ କଙ୍ଗନା ତାଙ୍କ ବିରୋଧରେ ମାନହାନି କଲାଭଲି ମନ୍ତବ୍ୟ ଦେଇଛନ୍ତି । ଅନେ୍ଧରୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଦାୟର ମାମଲାରେ ଜାଭେଦ ଅଖତାର, କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଏକ ସାକ୍ଷାତକାରରେ କଙ୍ଗନା ଦାବି କରିଥିଲେ ,  ହ୍ୱିତ୍ରିକ ରୋଶନ ସହ କଥିତ ସମ୍ପର୍କ ନେଇ ଆଲୋଚନା ନ କରିବାକୁ ଜାଭେଦ ଅଖତାର ଧମକ ଦେଇଥିଲେ । ଘରକୁ ଡାକିନେଇ  ଅଖତାର ତାଙ୍କୁ ଧମକ ଦେଇଥିଲେ ବୋଲି କଙ୍ଗନା କହିଥିଲେ ।